ଜଗତସିଂହପୁର ହକି ଟିମର ପାୱାର ବୁଷ୍ଟର ସାଜିଛନ୍ତି ଅଧିନାୟକ ବିଶ୍ୱବିଜୟୀ ସାହୁ, କହିଲେ ‘ଯଦି ଫିଟ ଅଛ ତେବେ ୟଙ୍ଗ ଅଛ’

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଯଦି ଆପଣ ଫିଟ ଅଛନ୍ତି ତେବେ ଆପଣ ୟଙ୍ଗ ଅଛନ୍ତି। ଏମିତି କିଛି ଫୁର୍ତ୍ତିଯୁକ୍ତ ଭାବନା ନେଇ ଜଗତସିଂହପୁର ହକି ଟିମ ତାର ଅଭ୍ୟାସ ଜାରି ରଖିଛି। ଟିମରେ ୫୦ରୁ ୬୦ ଭାଗ ସଦସ୍ୟ ବରିଷ୍ଠ ହୋଇଥିବାରୁ ଟିମ ବେଶ୍ ସୁଦୃଢ଼ ହୋଇଛି। ପ୍ରାୟ ସଦସ୍ୟ ୪୫ରୁ ୫୦ ବର୍ଷ ଭିତରେ ହୋଇଥିବାରୁ ଟିମ ଏକ ସକାରାତ୍ମକ ଭାବନା ସହ ଗ୍ରାଉଣ୍ଡରେ ପଦର୍ଶନ କରି ଆସୁଛି। ଟିମର କ୍ୟାପଟେନ୍ ବିଶ୍ୱବିଜୟ ସାହୁ କହିଛନ୍ତି, ବୟସ ଏକ ସଂଖ୍ୟା ମାତ୍ର ଯଦି ଆପଣ ଫିଟ ଅଛନ୍ତି ତେବେ ଆପଣ ୟଙ୍ଗ। କ୍ୟାପଟେନଙ୍କ ପ୍ରତିକ୍ରିୟାରୁ ବେଶ୍ ବାରି ହୋଇପଡୁଛି ତାଙ୍କ ଟିମ୍ କିଭଳି ଭାବେ ଜୋଶର ସହ ପଦର୍ଶନ୍ କରୁଥିବ? ନିଜେ କ୍ୟାପ୍ଟେନ ମଧ୍ୟ ୫୨ ବର୍ଷ ବୟସର।

କ୍ୟାପ୍ଟେନ କହିଛନ୍ତି, ଜଗତସିଂହପୁର ଅଂଚଳର ବିଭିନ୍ନ ସ୍କୁଲରେ ମଧ୍ୟ ହକି ପ୍ରଶିକ୍ଷଣ କରାଯାଉଛି। ୨ ବର୍ଷ ଭିତରେ ଜାତୀୟ ସ୍ତରର ଖେଳାଳି ଜଗତସିଂହପୁର ଅଞ୍ଚଳରୁ ବାହାରିବା ଲାଗି ଚେଷ୍ଟା ଚାଲିଥିବା ସେ କହିଛନ୍ତି। ଏହା ମଧ୍ୟ କହିଛନ୍ତି ଯେହେତୁ ପିଲାଦିନୁ ସେ ହକି ସହ ଜଡ଼ିତ ଅଛନ୍ତି ତେଣୁ ସେ ହକିକୁ ଜୀବନର ଶେଷ ବଳ ଯାଏଁ ଖେଳିବେ। ଆଉ କୋଷ୍ଟାଲ ହକିର ଉତଥାନ ଦିଗରେ କାମ କରିବେ।କ୍ୟାପ୍ଟେନଙ୍କ ଏହି ପ୍ରେରଣା ପାଇଁ ଓଡିଶା କ୍ରୀଡ଼ା ବିଭାଗ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛି।

Leave A Reply

Your email address will not be published.