ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପାର୍ବଣ ଭେଟି। ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧିକରିଛନ୍ତି ସରକାର। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ପିଛିଲା ଭାବେ ଏହା ଜାନୁଆରୀ ୨୦୨୨ରୁ ଲାଗୁ ହେବ। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ରୁ ବଢି ୩୪ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ସଂଶୋଧିତ ହାରରେ ପେନ୍ସନ ପାଉଥିବା ପେନସନଭୋଗୀଙ୍କ ଟିଆଇକୁ ମଧ୍ୟ ୩ ପ୍ରତିଶତ ବୃଦ୍ଧି କରାଯାଇଛି। ଚଳିତମାସ ଦରମାରେ କର୍ମଚାରୀ ଓ ପେନ୍ସନ ଭୋଗୀ ଏହି ବର୍ଦ୍ଧିତ ଭତ୍ତା ପାଇବେ। ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତାକୁ ଅଲଗା ଭାବେ ପ୍ରଦାନ କରାଯିବ। ଏହା ଦ୍ୱାରା ୪ଲକ୍ଷ କର୍ମଚାରୀ ଓ ସାଢେ ୩ଲକ୍ଷ ପେନ୍ସନ ଭୋଗୀ ଉପକୃତ ହେବେ।
ରାଜ୍ୟସରକାର ୩ ପ୍ରତିଶତ ମାହାଙ୍ଗା ଭତା ବୃଦ୍ଧି କରିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଦୁର୍ଗାପୂଜା ପୂର୍ବରୁ ଏଭଳି ମାହାଙ୍ଗା ଭତ୍ତା ବୃଦ୍ଧି ହୋଇଥାଏ। ଏଥିରେ କିଛି ନୂତନତା ନାହିଁ। ଗୋଟିଏ ପଟେ ରାଜ୍ୟସରକାର ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ କରିସାରିଲେଣି, ରିହାବିଟେସନ ସ୍କିମରେ ନୁଯୁକ୍ତି ନାହିଁ, ଯୁକ୍ତିଭିତିରେ ସରକାର ନୁଯୁକ୍ତି ଦେଉଛନ୍ତି ଏଭଳି କ୍ଷତ୍ରରେ ଏ ମାହାଙ୍ଗା ଭତାର କଣ ଅର୍ଥ ରହିଛି।