ଉଦ୍ୟୋଗ କ୍ଷେତ୍ରରେ ଦୀର୍ଘ ୧୨ ବର୍ଷର ସଫଳତା, IBLର ନିର୍ଦ୍ଦେଶକ ବିଶ୍ବଜିତ୍ ସାହୁଙ୍କୁ ମିଳିଲା ଆତ୍ମନିର୍ଭର ଓଡ଼ିଶା ବିଜେନସ ଲିଡ଼ରସିପ୍ ଆୱାର୍ଡ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଇବିଏଲର ନିର୍ଦ୍ଦେଶକ ବିଶ୍ବଜିତ୍ ସାହୁଙ୍କୁ ଆଉ ଏକ ପୁରସ୍କାର। ଉଦ୍ୟୋଗ କ୍ଷେତ୍ରରେ ନିଜର ପାରଦର୍ଶିତା ପାଇଁ ତାଙ୍କୁ ମିଳିଛି ଆତ୍ମନିର୍ଭର ଓଡ଼ିଶା ବିଜେନସ ଲିଡ଼ରସିପ୍  ଆୱାର୍ଡ। ବିଗତ ୧୨ ବର୍ଷ ହେବ ନିଜ ଆଇବିଏଲ(ଇନଟ୍ରାକ୍ସିସ୍ ବିଜନେସ ଲିମିଟେଡ) କମ୍ପାନୀ ନିଜ ପାଇଁ ସୃଷ୍ଟି କରିଛି ଏକ ନିଆରା ପରିଚୟ। ଅନେକ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇ ଏହି ଆଇବିଏଲ କମ୍ପାନୀ ଓଡ଼ିଶାରେ ବେଶ୍ ସନାମଧନ୍ୟ ହୋଇପାରିଛି।

ଘରେ ଘରେ ବ୍ୟବହାର ହେଉଥିବା ନିତ୍ୟ ବ୍ୟବହାର୍ଯ୍ୟ ଏଫଏମସିଜି ସମାଗ୍ରୀକୁ ପ୍ରସ୍ତୁତ କରିବା ସହ ମାର୍କେଟିଂ ମିଡିଆ , ସିପିଂ,ଆଡଭର୍ଟାଇଜମେଣ୍ଟ ଓ ଭିତ୍ତିଭୂମୀ ବିକାଶକୁ ନେଇ ଏହି କମ୍ପାନୀ ଓଡ଼ିଶାରେ ଏକ ପ୍ରତିଷ୍ଠିତ କମ୍ପାନୀ ହୋଇପାରିଛି, ଯାହାର ପୃଷ୍ଟ ପୋଷାକ ଓ ପ୍ରାଣ ପ୍ରତିଷ୍ଠାତା ହେଉଛନ୍ତି ବିଶ୍ବଜିତ୍ ସାହୁ।  ଗତକାଲି  ଭୁବନେଶ୍ବରର ଏକ ପଞ୍ଚତାରକା ହୋଟେଲରେ  ଅନୁଷ୍ଠିତ ହୋଇଥିଲା ଆତ୍ମନିର୍ଭର ଓଡ଼ିଶା ଲିଡରସିପ୍  ଆୱାର୍ଡ । ପ୍ରତିଷ୍ଠିତ ଘରୋଇ ଗଣମାଧ୍ୟମ ନ୍ୟୁଜ୍-୧୮ ଓଡ଼ିଆ ତରଫରୁ ଏହାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ  ଓଡ଼ିଶା ସରକାରଙ୍କ  ଏମଏସଏମଇ ଓ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଯୋଗ ଦେଇ ଉଦ୍ୟୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

ପୁରସ୍କାର ପାଇବା ପରେ ଆଇବିଏଲର ନିର୍ଦ୍ଦେଶକ ବିଶ୍ବଜିତ ସାହୁ ଏମଏସଏମଇ  ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ  ଓ ନ୍ୟୁଜ୍-୧୮ ଓଡ଼ିଆ ଚ୍ୟାନେଲର ଉପାଧ୍ୟକ୍ଷ ରାଜେଶ ସରିନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.