ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମନ୍ତ୍ରୀ ସମୀର ଦାସଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କାରାଯାଉ : ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମୁଖ୍ୟ ଖଳନାୟକ ହେଉଛନ୍ତି ମନ୍ତ୍ରୀ ସମୀର ଦାସ ଏବଂ ତାଙ୍କ ସହଯୋଗୀ। ମନ୍ତ୍ରୀ ସମୀର ଦାସଙ୍କର ଏହି ଘଟଣାରେ ସିଧାସଳଖ ସମ୍ପୃକ୍ତି ରହିଛି। ଧର୍ମେନ୍ଦ୍ର ଏବଂ ତାଙ୍କ ବନ୍ଧୁଙ୍କର ଯେଉଁ ଅଡିଓ ଏବେ ସାମ୍ନାକୁ ଆସିଛି ସେଥିରୁ ଏହା ପ୍ରମାଣିତ ହେଉଛି। ଧର୍ମେନ୍ଦ୍ର ସିଧାସଳଖ ଏହି ଅଡିଓରେ ତାଙ୍କ ଆତ୍ମହତ୍ୟା ପାଇଁ ସମୀର ଦାସଙ୍କୁ ଦାୟୀ କରିଛିନ୍ତି। ତାଙ୍କ ଆଉ ଚାରି ଜଣଙ୍କର ନାଁ ମଧ୍ୟ ନେଇଛନ୍ତି। ମନ୍ତ୍ରୀ ତୁରନ୍ତ ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତୁ। ମନ୍ତ୍ରୀ ବିରୋଧରେ ଫୌଜଦାରୀ ମକଦ୍ଧମା ହେବା ଦରକାର।

ତେବେ ସମୀର ଦାସଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ଜିଯାନ ଲଗେଇ ଦେଇଛି। ଏହି ଘଟଣାରେ ଯେତେ ପ୍ରମାଣ ଅଛି ପୋଲିସ ନଷ୍ଟ କରିବାକୁ ଚେଷ୍ଟା କରୁଛି। ରାଜ୍ୟବାସୀ ଜାଣି ସାରିଲେଣି ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ମୂଖ୍ୟ ଘଟଣାରେ ସମୀର ଦାସ ହି ମୁଖ୍ୟ ଖଲନାୟକ। ତୁରନ୍ତ ରାଜ୍ୟ ସରକାର ମନ୍ତ୍ରୀଙ୍କୁ ଗିରଫ କରନ୍ତୁ। ତାଙ୍କ ବିରୋଧରେ ଫୌଜଦାରୀ ମାମଲା ହେଉ ବୋଲି ବିଜେପି ନେତା ପ୍ରଦୀପ ପୁରୋହୀତ ଦାବି କରିଛନ୍ତି।

ସେହିଭଳି ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଛି ଛାତ୍ର କଂଗ୍ରେସ। ଏହାସହ ସମୀର ଦାସଙ୍କ ସରକାରୀ ବାସଭବନକୁ ଘେରାଉ କରି ଅଣ୍ଡା ସହ ଟମାଟୋ ମାଡ଼ କରିଛନ୍ତି। ଗଣ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଧର୍ମେନ୍ଦ୍ର ସାହୁଙ୍କୁ ଉଚିତ ନ୍ୟାୟ ମିଳିବା ଯାଏଁ ଏ ଲଢେଇ ଜାରି ରହିବ ବୋଲି ଦଳ କହିଛି। ଏହାସହ କିଛି ସମୟ ପାଇଁ ପୋଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.