ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ଦୁର୍ଗତିନାଶିନୀ । ଆଜି ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ ପୂଜା ଚାଲିଛି । ଘଣ୍ଟ, ଘଣ୍ଟି ଓ ଶଙ୍ଖଧ୍ୱନିରେ ପ୍ରକମ୍ପିତ ହେଉଛି ଗଗନ ପବନ । ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଚାରିଆଡ଼େ ପାର୍ବଣର ମହକ । ଉତ୍ସବ ମୁଖର ପରିବେଶ । ସୁନା, ରୁପା ମେଢରେ ଶୋଭା ପାଉଛନ୍ତି ଦେବୀ ଦୁର୍ଗା । ବିଭିନ୍ନ ସ୍ଥାନରେ ସୁଉଚ୍ଚ ତୋରଣ ମନ ମୋହୁଛି । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମହାଆଡମ୍ବରରେ ଦୁର୍ଗାପୂଜା ଚାଲିଛି । ମେଢ଼ ଦେଖିବା ପାଇଁ ସନ୍ଧ୍ୟା ହେଲେ ବଢୁଛି ଭିଡ଼ । ଚିକ୍ମିକ୍ ଆଲୋକମାଳାରେ ଝଲସି ଉଠୁଛି ପୂଜା ମଣ୍ଡପ । ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ଦଶହରା ହେଉଥିବାରୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ । ଆଜି ମଣ୍ଡପରେ ମାଆଙ୍କ ମହାଷ୍ଟମୀ ପୂଜା ଚାଲିଥିବାବେଳେ ପୀଠରେ ଚାଲିଛି ମହାନବମୀ ପୂଜା। ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ଦୁର୍ଗାପୂଜା ହେଉଛି । .