୨୦୨୪ ପାଇଁ ବିଜେଡିର ସଜବାଜ: ୩୦ ଜିଲ୍ଲା ପାଇଁ ଦଳର ୨୫ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୨୪ ନିର୍ବାଚନ ପାଇଁ ବିଜେଡିର ରଣନୀତି ପ୍ରସ୍ତୁତ। ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ୨୦୨୪ ନିର୍ବାଚନ ପୂର୍ବରୁ ପର୍ଯ୍ୟବେକ୍ଷକଙ୍କ ଭୂମିକାକୁ ଗୁରୁତ୍ୱ ଦିଆଯାଉଛି। ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ପ୍ରଶାନ୍ତ ମୁଦୁଲିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ବାଲେଶ୍ୱର ପାଇଁ ପ୍ରତାପ କେଶରୀ ଦେବ, ବରଗଡ଼ ପାଇଁ ସୁଧୀର କୁମାର ସାମଲ, ଭଦ୍ରକ ପାଇଁ ପ୍ରଣବ ବଳବନ୍ତରାୟ, ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ସୁଶାନ୍ତ ସିଂ ନିଯୁକ୍ତ ଦିଆଯାଇଛି। କଟକ ପାଇଁ ଉଷା ଦେବୀ, ଢେଙ୍କାନାଳ ଓ ଖୋର୍ଦ୍ଧା ପାଇଁ ପ୍ରମିଳା ମଲ୍ଲିକଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବା ବେଳେ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ଜଗତସିଂହପୁର ଜିଲ୍ଲା ପାଇଁ ଅରୁଣ ସାହୁ, କନ୍ଧମାଳ ଜିଲ୍ଲା ପାଇଁ ବିଜୟ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ପ୍ରଣବ ପ୍ରକାଶ ଦାସ, କୋରାପୁଟ ଓ ମାଲକାନଗିରି ପାଇଁ ଦିବ୍ୟ ଶଙ୍କର ମିଶ୍ର, ନୟାଗଡ଼ ପାଇଁ ପଦ୍ମନାଭ ବେହେରାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ନୂଆପଡ଼ା ପାଇଁ ଟୁକୁନି ସାହୁ, ପୁରୀ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ସେହିପରି କଳାହାଣ୍ଡି ପାଇଁ ନବକିଶୋର ଦାସ, ଗଞ୍ଜାମ ପାଇଁ ପ୍ରଦୀପ ଅମାତ, ଯାଜପୁର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ଝାରସୁଗୁଡ଼ା ଜିଲ୍ଲା ପାଇଁ ସାରଦା ପ୍ରସାଦ ନାୟକ ଓ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ରୋହିତ ପୂଜାରୀଙ୍କୁ ଦାୟିତ୍ୱ ଦିଆଯାଇଛି।…ପର୍ଯ୍ୟବେକ୍ଷକ ସାମାନ୍ୟ ପରିବର୍ତ୍ତନ ହୋଇଛି।

Leave A Reply

Your email address will not be published.