ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ଯରେ ଉଗ୍ରବାଦ କାର୍ଯ୍ଯକଳାପ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି।ସ୍ୱାଭିମାନ ଅଞ୍ଚଳକୁ ଏକଦା ଉଗ୍ରବାଦୀଙ୍କ ଉପକେନ୍ଦ୍ର ଭାବେ ବିବେଚନା କରାୟାଉଥିଲା। ମାଓବଦ କାର୍ଯ୍ଯକଳାପକୁ ମୁକାବିଲା ପାଇଁ ସୁଚିନ୍ତିତ ଗୁଇନ୍ଦା ସୂଚନା ଆଧାରରେ ପଦକ୍ଷେପ ନିଆୟାଉଥିଲା।ଏଡବ୍ଲୁପି-2022-23 ପାଇଁ 85.85 କୋଟି ଟଙ୍କାର ପାଣ୍ଠି ବ୍ଯବସ୍ଥା ଏଡବ୍ଲୁପି-2021-22 ତୁଳନାରେ ପ୍ରାୟ 50% ଅଧିକ ଥିଲା।ପ୍ରାୟ 50.56 କୋଟି ଟଙ୍କାର ବଜେଟ୍ ବ୍ଯୟବରାଦ ସହିତ ଏଡବ୍ଲୁପି-2021-22 ଆରମ୍ଭ କରାୟାଇଥିଲା।ଏଡବ୍ଲୁପି 2022-23 ପାଇଁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର 60:40 ଭାଗ ଭିତ୍ତିରେ ଅର୍ଥ ପ୍ରଦାନ କରିବେ।ବଜେଟ ପ୍ରାବଧାନ ବୃଦ୍ଧି ସହିତ ଡ୍ଯୁଟିରେ ଥିବା ସାଧାରଣ ନାଗରିକ ଏବଂ ସୁରକ୍ଷାକର୍ମୀଙ୍କ ପାଇଁ ଅନୁଗ୍ରହ ଅନୁଦାନ ରାଶି 2 ଲକ୍ଷ ଟଙ୍କାରୁ ବୃଦ୍ଧି କରାୟାଇ 5 ଲକ୍ଷ ଟଙ୍କା ଏବଂ 20 ଲକ୍ଷ ଟଙ୍କାକୁ ବୃଦ୍ଧି କରାୟାଇ 40 ଲକ୍ଷ ଟଙ୍କା କରାୟାଇଛି।ଆତଙ୍କବାଦ ବିରୋଧୀ ଅଭିୟାନରେ ନିୟୋଜିତ ଥିବା ସଶସ୍ତ୍ର ବାହିନୀକୁ ପର୍ଯ୍ଯାପ୍ତ ଲଜିଷ୍ଟିକ୍ ସହାୟତା ଯୋଗାଇ ଦେବାକୁ ମୁଖ୍ଯ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି
।ଏଡବ୍ଲୁପି-2022-23 ଅଧୀନରେ ମୁଖ୍ଯ କାର୍ଯ୍ଯରେ ଅତ୍ୟାଧୁନିକ ଗୋଳାବାରୁଦ ସଙ୍ଗ୍ରହକୁ ସାମିଲ କରାୟାଇଥିଲା।ସଶସ୍ତ୍ର ବାହିନୀକୁ ପର୍ଯ୍ଯାପ୍ତ ଲଜିଷ୍ଟିକ୍ ସହାୟତା।ରାଜ୍ଯ ପୋଲିସ ବାହିନୀ ପାଇଁ ତାଲିମ।କମ୍ଯୁନିଟି ପୋଲିସିଂ ପୋଲିସ ପୋଷ୍ଟ ଗୁଡିକରେ ଅତିରିକ୍ତ ସୁରକ୍ଷା ବ୍ଯବସ୍ଥା।ଏଲଡବ୍ଲ୍ଯୁଇ କ୍ଯାଡରମାନଙ୍କୁ ଥଇଥାନ କରିବା।ଏହାବ୍ଯତୀତ କ୍ଷତିଗ୍ରସ୍ତ ସାଧାରଣ ନାଗରିକ ଓ ସୁରକ୍ଷା କର୍ମୀଙ୍କୁ ର୍ନିଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଅନୁୟାୟୀ ଅନୁକମ୍ପାମୂଳକ ଅନୁଦାନ ଓ ସମ୍ପତ୍ତି କ୍ଷତି ଅନୁଦାନ ପ୍ରଦାନ କରାୟିବ।ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବନସଲ ଏହି ସୂଚନା ଦେଇଛନ୍ତି। ଓଡ଼ିଶା ଛତିଶଗଡ ସୀମାନ୍ତରେ ନୂଆପଡ଼ା ଜିଲ୍ଲାର ଦାତୁନା ଠାରେ ହେବ ଜଏଣ୍ଟ ପୋଷ୍ଟ। CRPF, BSF, ଓଡ଼ିଶା ଓ ଛତିଶ ଗଡ ପୋଲିସ ସହାୟତରେ ହେବ ଏହି ପୋଷ୍ଟ। ଏହି ଅଂଚଳରେ ମାଓ ମୁକାବିଲା କରିବାରେ ଏହା ସହାୟକ ହେବ।ଗୃହ ବିଭାଗର ଅତିରିକ୍ତ ମୁଖ୍ଯ ଶାସନ ସଚିବ ଶ୍ରୀ ସଞ୍ଜୀବ ଚୋପ୍ରା , ଆଇଜି ଅପରେସନ୍ ଅମିତାଭ ଠାକୁର।ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ସନ୍ତୋଷ ବାଲାଙ୍କ ସମେତ ପୁଲିସ ଓ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।