ଧାମନଗର ଉପନିର୍ବାଚନ ସଜବାଜ: ଦିବଗଂତ ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କୁ ପାର୍ଥୀ କଲା ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେପିର ବରିଷ୍ଠ ନେତା ତଥା ଉପନେତା ସ୍ୱର୍ଗତଃ ବିଷ୍ଣୁ ଚରଣ ସେଠୀଙ୍କ ସୁପୁତ୍ର ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କୁ ବିଜେପି ପ୍ରାର୍ଥୀ କରିଛି । ଧାମନଗର ଉପନିର୍ବାଚନ ପାଇଁ କେନ୍ଦ୍ରୀୟ ନିର୍ବାଚନ କମିଟି ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡା ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀଭାବେ ଘୋଷଣା କରିଥିବାରୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଥାଉ କି, ଦିବଙ୍ଗତ ସ୍ୱର୍ଗତଃ ବିଷ୍ଣୁ ଚରଣ ସେଠୀ ଜଣେ ସାହିତ୍ୟିକ, ଲେଖକ ତଥା ଜନ ପ୍ରତିନିଧିଭାବେ ଭଦ୍ରକ ତଥା ଧାମନଗର ଲୋକଙ୍କ ବିକାଶ ପାଇଁ ଅହରଣ କାର୍ଯ୍ୟ କରୁଥିଲେ । ଧାମନଗରର ସଚେତନ ନାଗରିକ, ବୁଦ୍ଧିଜୀବୀ ତଥା ଜନସାଧାରଣଙ୍କ ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଦିବଂଗତ ବିଷ୍ଣୁ ଭାଇଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୁରଜ ଧାମନଗର ସେବା ପାଇଁ ଲୋକଙ୍କ ଆସ୍ଥାଭାଜନ ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶ୍ରୀ ସୂର୍ଯ୍ୟବଂଶୀ ନିଜର ବାପାଙ୍କ ଆଦର୍ଶକୁ ପାଥେୟ କରି ଲୋକଙ୍କ ସେବା କରିବା ସହ ଧାମନଗରବାସୀଙ୍କ ସ୍ୱପ୍ନ ପୂରଣ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.