ମୁଲାୟମ ସିଂ ଜାଦବଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଲାୟମ ସିଂହ ଯାଦବଙ୍କ ବିୟୋଗ ମୋତେ ଗଭୀର ଦୁଃଖ ଦେବା ସହ ମର୍ମାହିତ କରିଛି ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି।ଶ୍ରୀଯୁକ୍ତ ପଟ୍ଟନାୟକ ସାଂସଦ ଥିବାବେଳେ ମୁଲାୟମ ଜୀଙ୍କ ସହ ମିଶିବାର ସୁଯୋଗ ପାଇଛନ୍ତି।ଜଣେ ମେଳାପୀ,ମିଷ୍ଟଭାସି ଜନନେତା ଭାବେ ପରିଚିତ ଥିଲେ ମୁଲାୟମ ଜି।

ସାଂସଦ,କେନ୍ଦ୍ରମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ଭାବେ ଅନେକ ଗୁଡିଏ ଜନମଙ୍ଗଳ କାର୍ଯ୍ୟ ମୁଲାୟମ ଜି କରିଯାଇଛନ୍ତି । ସମାଜବାଦୀ ଚିନ୍ତାଧାରାରେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ସ୍ବର୍ଗତଃ ମୁଲାୟମ ଜି ଶେଷ ପର୍ଯ୍ୟନ୍ତ ସେହି ଚିନ୍ତାଧାରାରେ ଥିଲେ।ତାଙ୍କ ଭଳି ନେତାଙ୍କ (ସ୍ବର୍ଗତଃ ମୁଲାୟମ ଜୀଙ୍କ) ବିୟୋଗ ଜାତୀୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ।

Leave A Reply

Your email address will not be published.