ଖପ୍ରାଖୋଲ ପୋଲିସ ଦ୍ଵାରା ୯ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଉଥିବା ସମୟରେ ଖପ୍ରାଖୋଲ ପୋଲିସ ଗମ୍ଭାରୀ ଛକ ନିକଟରେ ୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଲାଠୋର ଅଞ୍ଚଳର ଏକ ଦାଦନ ସର୍ଦ୍ଦାର ବେଲାର ତାଣ୍ଡିକୁ ଧରିବାରେ ସଫଳ ହୋଇଛି ।ଉଦ୍ଧାର ହୋଇଥିବା ଶ୍ରମିକ ମାନେ ଲରମ୍ଭା ଥାନା ଅନ୍ତର୍ଗତ ଦମକିପାଲି ଗାର ବୋଲି ପୋଲିସ ସୂଚନା ଦେଇଛି। ମିଳିଥିବା ସୂଚନା ମୁତାବକ  ଏ ଅଞ୍ଚଳରୁ ପ୍ରତିବର୍ଷ ହଜାର ହଜାର ଶ୍ରମିକ ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଉଥିବା ବେଳେ ସେଠାରେ ନିର୍ଯ୍ୟାତନାର ଶିକାର ହୋଇଥାନ୍ତି ଗତ କିଛି ଦିନ ତଳେ ଜିଲ୍ଲା ପୋଲିସ ବିଭାର ତରଫରୁ ଖପ୍ରାଖୋଲ ଥାନାରେ ଦାଦନ ଶ୍ରମିକଙ୍କ ପାଇଁ ମିଶନ ଉଦ୍ଧାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଏହି କାର୍ଯ୍ୟକ୍ରମରେ ଏସପି ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାମ ଉପରେ ଗୁରୁତ୍ୱ ଦେଇ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟକୁ ଦାଦନ ଖଟି ନ ଯିବାକୁ ପରାମର୍ଶ ଦେଇ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ କହିଥିଲେ।

ଦାଦନ ସର୍ଦାର ମାନେ ସିଧାସଳଖ ପୋଲିସକୁ ଚେଲେଞ୍ଜ କରି ଖୁଲୁମ ଖୁଲା ଭାବେ ପଞ୍ଜିକରଣ ନକରି ମଣିଷ ଚାଲାଣ କରୁଥିବା ଜଣାପଡିଛି। ଆଜି ବିଶେଷ ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ଖବର ପାଇ ଗମ୍ଭାରି ଛକରୁ ୯ ଜଣ ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରି ବେଆଇନ ଭାବେ ନେଉଥିବା ଲାଠୋରର ସର୍ଦାର ବେଲାର୍ ତାଣ୍ଡିକୁ ଗିରଫ କରି ତା ବିରୁଦ୍ଧରେ ଖପ୍ରାଖୋଲ ଥାନା କେଶ ନମ୍ବର ୧୬୬/୨୨ ରେ ଏକ ମକଦ୍ଦମା ରୁଜୁ କରି ସର୍ଦାରକୁ ପାଟଣାଗଡ଼ କୋର୍ଟ ଚାଲାଣ କରାଯାଇଛି।  ଏନେଇ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.