ନଭେମ୍ବର ୮ ରୁ ଆରମ୍ଭ ହେବ ଜେବିସିସି ଭୁବନେଶ୍ୱର ଟେନିସବଲ କ୍ରିକେଟ ଲିଗ: ୬୪ରୁ ଉର୍ଦ୍ଧ କ୍ରିକେଟ ଟିମ କରିବେ ଅଂଶଗ୍ରହଣ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ପ୍ରାୟ ଶହେରୁ ଉର୍ଦ୍ଧ ଟିମ ବିଭିନ୍ନ ଅଂଚଳରେ ଟେନିସ ବଲରେ କ୍ରିକେଟ ଖେଳୁଛନ୍ତି l ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ତଥା ଏହି ଖେଳକୁ ପ୍ରୋତ୍ସାହନ ଦେବା ପାଇଁ ଏକ ଅଭିନଵ ପରିକଳ୍ପନା କରାଯାଇ ଜେବିସିସି ଭୁବନେଶ୍ୱର ଟେନିସ ବଲ କ୍ରିକେଟ ଲିଗ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି l ଏହା ଓଡିଶା ଟେନିସ ବଲ କ୍ରିକେଟ ସଙ୍ଘ ଦ୍ୱାରା ଆସନ୍ତା ନଭେମ୍ବର ୦୮ ତାରିଖରୁ ୨୭ ତାରିଖ ପଯ୍ୟନ୍ତ ଏହି ଲିଗ ଚାଲିବ l ପ୍ରାୟ ୬୪ରୁ ଉର୍ଦ୍ଧ କ୍ରିକେଟ ଟିମ ଏହି ଲିଗରେ ଅଂଶଗ୍ରହଣ କରିବେ l ଭୁବନେଶ୍ୱରର ବିଭିର୍ଣ୍ଣ ସ୍ଥାନରେ ପ୍ରାୟ ୧୨ ଟି ପଡିଆରେ ଏହି ସବୁ ମ୍ୟାଚ ଅନୁଷ୍ଠିତ ହେବ l ୨୭ ତାରିଖରେ ଫାଇନାଲ ମ୍ୟାଚ ଆୟୋଜନ କରାଯିବ l ଭୁବନେଶ୍ୱରର ପ୍ରାୟ ସମସ୍ତ ଟେନିସ ବଲ କ୍ରିକେଟ ଟିମ ଏହି ଲିଗ ମାଧ୍ୟମରେ ନିଜ ନିଜ ଭିତରେ ପରିଚୟ ସହିତ ଭାବ ବିନିମୟ କରିପାରିବେ l
ଏହି ଲିଗ ମାଧ୍ୟମରେ ଭଲ କ୍ରିକେଟ ଖେଳୁଥିବା ପ୍ରତିଭା ମଧ୍ୟ ଚୟନ ସହିତ ଲୋକଲୋଚନ କୁ ଆସିପାରିବେ l କ୍ରିକେଟ ଖେଳର ସମସ୍ତ ନିୟମ ଓ ମୂଲ୍ୟବୋଧକୁ ପ୍ରଚାର ପ୍ରସାର ପାଇଁ ଏହା ଉଦ୍ଦିଷ୍ଟ l ଏତଦ ବ୍ୟତୀତ କିଶୋର ଓ ଯୁବକ ମାନଙ୍କୁ ନିଶା ସେବନ ଓ ଅନ୍ୟାନ୍ୟ ଖରାପ କର୍ମରୁ ନିବୃତ ରଖିବା ଏବଂ ସେମାନଙ୍କ ମଧ୍ୟରେ ଖେଳୁଆଡ଼ ଓ ଗୋଷ୍ଠୀ ଉନ୍ନୟନ ମନୋଭାବ ସୃଷ୍ଟି କରିବାରେ ଏହି ଲିଗ ମ୍ୟାଚ ବେଶ ଫଳପ୍ରଦ ହେବ ବୋଲି ଏହି ଲିଗ ର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ପ୍ରକାଶ କରିଛନ୍ତି l ଭୁବନେଶ୍ୱରରେ ସଫଳ ଆୟୋଜନ ପରେ ଭବିଷ୍ୟତରେ ସାରା ରାଜ୍ୟରେ ଏହି ଟେନିସ ବଲ କ୍ରିକେଟ ଲିଗ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯିବ l
ଖୋର୍ଦ୍ଧା ଜିଲ୍ଲାରେ ଜୟଦେବ, ଜଟଣୀ, ଖୋର୍ଦ୍ଧା, ଚିଲିକା ଓ ବେଗୁନିଆ ପରି ସ୍ଥାନରେ ଆଗକୁ ଏହି ଲିଗ କରାଯିବାର କାଯ୍ୟକ୍ରମ ରହିଛି l ଟେନିସ କ୍ରିକେଟକୁ ଲୋକପ୍ରିୟ କରିବାକୁ ଏହା ଏକ ସଫଳ ପ୍ରୟାସ ହେଵବୋଲି ଏହାର ସମ୍ପାଦକ ସତ୍ୟଜିତ ମହାନ୍ତି ଓ କମିଟି ସଭ୍ୟ ତରୁଣ ସିହ୍ନl, କୃଷ୍ଣ ମହାନ୍ତି, ପ୍ରଦ୍ୟୁମ୍ନ ମହାନ୍ତି, ଅର୍ଜୁନ ରାଉତରାୟ, ହୃଷିକେଶ, ମହେଶ ବାରିକ ଓ ଓଡିଶା ଟେନିସବଲ କ୍ରିକେଟ ସଙ୍ଘର ସମ୍ପାଦକ ପଣ୍ଡା ଓ ଯୁଗ୍ମସମ୍ପାଦକ ସୋମନାଥ ପରିଡା ପ୍ରକାଶ କରିଛନ୍ତି l