ଜାମିନ୍ ଆବେଦନ କଲେ ବ୍ଲାକମେଲର ଅର୍ଚ୍ଚନା ନାଗ, କଡ଼ା ସୁରକ୍ଷା ମଧ୍ୟରେ ଗଲା ଏସଡିଜେମ୍ କୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଜାମିନ୍ ଆବେଦନ କଲେ ବ୍ଲାକମେଲର ଅର୍ଚ୍ଚନା ନାଗ । ଏହା ଛଡ଼ା ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଆଜି ୪ ଟାରେ ଶୁଣାଣି ହେବା ।ସୂଚନା ଅନୁସାରେ ଆଜି କୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ହାଜର ହୋଇଛନ୍ତି ଅର୍ଚ୍ଚନା । ଝାରପଡ଼ା ଜେଲରୁ ଆଣି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରାଇଛି କମିଶନରେଟ ପୋଲିସ।

ଭିଡିଓ କନଫେରେନ୍ସିଂ ମାଧ୍ୟମରେ ନୁହେଁ ବରଂ କୋର୍ଟରେ ହାଜର କରାଇ ଏହାର ଶୁଣାଣୀ କରାଯିବ । ତେବେ ସେ ହାଜର ସମୟରେ ଏକ ଧଳା ରଙ୍ଗର କୁର୍ତ୍ତି ସହ ମୁଣ୍ଡରେ ଓଢଣୀ ପକାଇଥିବାର ନଜର ଆସିଥିଲା । ଏହା ଛଡ଼ା ମିଛ ଖବର ପ୍ରସାରଣ ନକରିବାକୁ ଗଣମାଧ୍ୟମକୁ ଅନୁରୋଧ କରିବା ସହ ସମୟ ଅନେକ ତଥ୍ୟ ଆସିଲେ ଖୁଲାସା କରିବା କଥା ମଧ୍ୟ କହିଛନ୍ତି ।

ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲ୍ ରୁ ଏକ ସ୍ୱତନ୍ତ୍ର ଭ୍ୟାନ୍ ରେ ଭୁବନେଶ୍ୱର କୋର୍ଟକୁ ଅଣାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଭ୍ୟାନ୍ ଚାରିପଟକୁ ଘୋଢ଼ଣୀରେ ଢ଼ାଙ୍କି ଦିଆଯାଇଥିଲା । ଅପରାହ୍ନ ୨.୩୫ ରେ ଭ୍ୟାନ୍ ଝାରପଡା ଜେଲ୍ ଗେଟ୍ ରୁ ବାହାରି ପ୍ରାୟ ୨.୫୦ ମିନିଟ୍ ବେଳକୁ କୋର୍ଟ ସାମନାରେ ପହଞ୍ଚିଥିଲା । ଝାରପଡ଼ାଠାରୁ କୋର୍ଟ ପର୍ଯ୍ୟନ୍ତ ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କୋର୍ଟ ବାହାରେ ପୁଲିସ ଛାଉଣୀ ହୋଇଯାଇଥିଲେ ।
ଲୋକଙ୍କ ପ୍ରବଳ ଭିଡ଼ରେ ପୁଲିସ ତାଙ୍କୁ କୋର୍ଟ ଭିତରକୁ ଟାଣି ଟାଣି ନେଲା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ । ଭିଡ଼ ଏବଂ ପୁଲିସ କବଜାରୁ ଅର୍ଚ୍ଚନା ଅତି ନିର୍ଭୟରେ ପ୍ରଶ୍ନଗୁଡ଼ିକର ଠୋ ଠା ଉତ୍ତର ଦେଇଥିଲେ । ସାମ୍ବାଦିକଙ୍କୁ ସେ କହିଥିଲେ, ମିଛ ଖବର ଦିଅନ୍ତୁନି । ବିନା ତଥ୍ୟ ପ୍ରମାଣରେ ଖବର ପ୍ରସାରଣ କରନ୍ତୁ ନାହିଁ । ସମୟ ଆସିଲେ ମୁଁ ସବୁ କହିବି । ନିଶ୍ଚୟ କହିବି ।
କୋର୍ଟରେ ଅର୍ଚ୍ଚନା ୪୫ ମିନିଟ୍ ଉପରେ ରହିଥିଲେ । ତା’ ଭିତରେ ନୟାପଲ୍ଲୀ ଥାନାରେ ପ୍ରଯୋଜକ ଅକ୍ଷୟ ପରିଜା କରିଥିବା ୩ କୋଟି ଟଙ୍କାର ବ୍ଲାକମେଲିଂ ମାମଲାରେ ସେ ଜାମିନ୍ ଆବେଦନ କରିଥିଲେ । ପ୍ରାୟ ୩.୪୫ ମିନିଟ୍ ବେଳକୁ ଅର୍ଚ୍ଚନାଙ୍କୁ ଜେଲ୍ ଫେରାଇବା ପାଇଁ କୋର୍ଟରୁ ବାହାରକୁ ଆଣିଥିଲା ପୁଲିସ । ସେତିକିବେଳେ ସାମ୍ବାଦିକମାନେ ତାଙ୍କୁ ପୁଣି ପ୍ରଶ୍ନ ପଚାରିଥିଲେ ।
ଅର୍ଚ୍ଚନା କହିଥିଲେ, ମତେ ଫସାଇବାର ଚକ୍ରାନ୍ତ କରାଯାଇଛି । ମୋ ବିରୋଧରେ କିଛି ପ୍ରମାଣ ନାହିଁ । ମୁଁ କିଛି କରିନି । କାହାରିକୁ ବ୍ଲାକମେଲିଂ କରିନି । ଏସବୁ ମିଛ ଅଭିଯୋଗ । କୋର୍ଟ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି । ଏହାପରେ ପୁଲିସ ଅର୍ଚ୍ଚନାଙ୍କୁ ଯେମିତି ଆଣିଥିଲା, ଝାରପଡ଼ା ଜେଲ୍ କୁ ସେମିତି ଫେରାଇ ନେଇଥିଲା ।

ସୂଚନାଯୋଗ୍ୟ, ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତାଙ୍କ ଅଭିଯୋଗକ୍ରମେ ପୁଲିସ ଅର୍ଚ୍ଚନାଙ୍କୁ ଗତ ଅକ୍ଟୋବର ୬ ତାରିଖରେ ଗିରଫ କରିଥିଲା । ଏହି ମାମଲାରେ ସେ କୋର୍ଟରେ କରିଥିବା ଜାମିନ୍ ଆବେଦନର ଶୁଣାଣି ବେଳେ ଜେଲ୍ ରୁ ଭିଡ଼ିଓ କନଫରେନ୍ସିଂରେ ଉପସ୍ଥିତ ରହିଥିଲେ । ନୟାପଲ୍ଲୀ ଥାନାରେ ହୋଇଥିବା ଅକ୍ଷୟ ପରିଜାଙ୍କ ବ୍ଲାକମେଲିଂ ମାମଲାରେ ସେ ବ୍ୟକ୍ତିଗତ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ସେ ଆଜି କୋର୍ଟରେ ହାଜର ହୋଇଥିଲେ । ଜାମିନ୍ ପାଇଁ ଆବେଦନ କରାଯାଇଥିବା ତାଙ୍କ ଓକିଲ ଦେବାଶିଷ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.