କାର୍ତ୍ତିକେଶ୍ଵର ପୂଜାରେ ନୟାପଲ୍ଲୀର ନୂଆସାହିରେ ପୂଜା ପାଇବେ ରାଧାକୃଷ୍ଣ, ୭ଦିନ ଧରି ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ବର ମହାନଗର ନିଗମ ଅଧୀନରେ ଥୀବା ନୟାପଲ୍ଲୀ ୱାର୍ଡ଼ ନଂ-୩୯ର ନୂଆସାହି ପୋଷ୍ଟ ଅଫିସ ଛକରେ କାର୍ତ୍ତିକେଶ୍ଵର ପୂଜା ଅବସରରେ ନୟାପଲ୍ଲୀର ଅଗ୍ରଣି ଯୁବ ସଂଗଠନ ଶ୍ରୀ ବିନାୟକ ୟୁଥ ଆସୋସିଏସନ ତରଫରୁ ଶ୍ରୀ ରାଧାକୃଷ୍ଣଙ୍କ ପୂଜା ଅନୁଷ୍ଠିତ ହେବ।ପବିତ୍ର କାର୍ତ୍ତିକ ମାସର ଅଁଳା ନବମୀ ଦିନ ନୟାପଲ୍ଲୀ ଗ୍ରାମ ପୁଷ୍କରିଣୀରୁ କଳସ ଯାତ୍ରା କରାଯାଇ ମଣ୍ଡପରେ ମହାପ୍ରଭୁ ଶ୍ରୀ ରାଧାକୃଷ୍ଣଙ୍କ ଅବାହାନ କରାଯିବା ସହ ବିଧି ଅନୁଯାଇ ପୂଜାର୍ଚ୍ଚନା କରାଯିବ ବୋଲି ଚଳିତ ବର୍ଷ ପୂଜାର କର୍ତ୍ତା ତଥା ଆସୋସିଏସନର ଉପଦେଷ୍ଟା ଶ୍ରୀ ସୁବ୍ରତ ସାବତ ସୂଚନା ଦେଇଛନ୍ତି।ଚଳିତ ବର୍ଷ ଶ୍ରୀ ରାଧାକୃଷ୍ଣଙ୍କ ପୂଜା ୭ମ ବର୍ଷରେ ପଦାର୍ପଣ କରିବ ସେହି ପରିପ୍ରେକ୍ଷୀରେ ସଂଗଠନ ତରଫରୁ ୭ ଦିନ ଧରି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସହ ସାସ୍କୃତିକ କାର୍ଯ୍ୟକ୍ରମର ମଧ୍ଯ ଆୟୋଜନ କରାଯାଇଛି ।
ଅଞ୍ଚଳର କୁନି କୁନି ପ୍ରତିଭାବାନ ପିଲାମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ କରାଯିବା ସହ ଅଞ୍ଚଳର ବରିଷ୍ଠ ନାଗରିକ, ସମାଜସେବୀ,ସ୍ବଚ୍ଛ ସାଥୀମାନଙ୍କୁ ସମ୍ବଦ୍ଧିର୍ତ କରାଯିବର ମଧ୍ୟ ଆୟୋଜନ କରାଯାଇଛି। ପୂଜାର ପ୍ରତେକ ସନ୍ଧ୍ୟାରେ ଭକ୍ତଗଣଙ୍କ ମନୋରଞ୍ଜନ ନିମନ୍ତେ ସଂକୀର୍ତ୍ତନ,ଠିଆ ପାଲା ,ଭଜନ ଏବଂ ମେଲୋଡି ପରିବେଷଣ କରାଯିବାର ବ୍ୟବସ୍ଥା ମଧ୍ଯ କରାଯାଇଛି ବୋଲି ଆସୋସିଏସନର ସଭାପତି ତଥା ଯୁବ ନେତା ଶ୍ରୀ ଦେବବ୍ରତ ମହାନ୍ତି ସୂଚନା ଦେଇଛନ୍ତି।
କାର୍ତ୍ତିକ ପୂର୍ଣ୍ଣମୀର ସନ୍ଧ୍ୟାରେ ଶ୍ରୀ ରାଧାକୃଷ୍ଣଙ୍କ ପୂଜାର ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇ ଭକ୍ତଗଣଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି ଏବଂ ତା ସହ ପୂର୍ଣ୍ଣମୀ ପରଦିନ ମହା ଆଡ଼ମ୍ବରରେ ଭସାଣୀ ଉତ୍ସବ ସାହି ପରିକ୍ରମା କରି ମହାପ୍ରଭୁ ଶ୍ରୀ ରାଧାକୃଷ୍ଣଙ୍କୁ ମେଲାଣୀ ଦିଆଯିବ ବୋଲି ଆସୋସିଏସନର ମୁଖ୍ୟ ଉପଦେଷ୍ଟା ସୂଚନା ଦେଇଛନ୍ତି ବୋଲି ଆସୋସିଏସନର ଗଣମାଧ୍ୟମ ସଂଯୋଜକ ଶ୍ରୀ ବିଶ୍ବଜିତ ସାହୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି.