ବାଲିଯାତ୍ରାକୁ ନେଇ କମିଶନରେଟ୍ ପୋଲିସର ବ୍ୟାପକ ପ୍ରସ୍ତୁତି, କମେଣ୍ଟ ମରା ଉପରେ ରଖାଯିବ ତିଖ୍ଣ ନଜର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କଟକ ବାଲିଯାତ୍ରାକୁ ନେଇ କମିଶନରେଟ ପୋଲିସର ସ୍ୱତନ୍ତ୍ର ପ୍ରସ୍ତୁତି। ଇଭ ଟିଜିଙ୍ଗ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ। କଟକ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା। ଚଳିତ ବାଲିଯାତ୍ରାରେ ପୋଲିସ ଏଡ଼ ପୋଷ୍ଟ ଗୁଡିକୁ ଅପଗ୍ରେଡ଼ ବା ନବୀକରଣ କରାଯିବ।

ପ୍ରଥମ ଥର ପାଇଁ ପାଞ୍ଚ ଟି ପୋଲିସ ସପୋର୍ଟ ସେଣ୍ଟର କାର୍ଯ୍ୟକ୍ଷମ କରାଯିବ।ଏହି ସପୋର୍ଟ ସେଣ୍ଟରଗୁଡିକରେ ମୁଖ୍ୟତଃ ଚାରୋଟି ବିଷୟକୁ ଗୁରୁତ୍ୱ ଦିଆଯିବ।ହଜି ଯାଇଥିବା ସାମଗ୍ରୀ ସମ୍ପର୍କିତ ଅଭିଯୋଗ ପାଇଁ ହେବ ସେଣ୍ଟର। ଏଥିପାଇଁ ଆଉ କ୍ୟାଣ୍ଟନମେଣ୍ଟ ଥାନା ଯିବାକୁ ପଡ଼ିବ ନାହିଁ।ମେଳାରେ ହଜୁ ଥିବା ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଡେସ୍କ ବା ଚିଲଡ୍ରେନ ସପୋର୍ଟ ସେଣ୍ଟର।

ଯୁବତୀ ଓ ମହିଳାଙ୍କ ସୁରକ୍ଷା ପାଇଁ ବିଶେଷ ଧ୍ୟାନ। ଖୋଲାଯିବ ଓମେନ ସପୋର୍ଟ ସେଣ୍ଟର। ଇଭ ଟିଗିଙ୍ଗ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ। ମହିଳା ପୋଲିସଙ୍କର ରହିବ ଗୁରୁତ୍ୱପୂର୍ଣ ଭୁମିକା।ବରିଷ୍ଠ ନାଗରିକ ତଥା ଡିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଏମାନଙ୍କୁ ସେବା ଯୋଗାଇ ଦେବା ପାଇଁ ସ୍ୱେଚ୍ଛାସେବୀ ନିୟୋଜିତ ହେବେ। ହୁଇଲ ଚେୟାର ର ରହିବ ବ୍ୟବସ୍ଥା।ପର୍ଯ୍ୟାପ୍ତ ପରିମାଣରେ ସିସି ଟିଭି ଲଗାଯିବ।

Leave A Reply

Your email address will not be published.