ଜନ୍ତୁ ଶିକାର ଫାସରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା, ୯ ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରିଆମାଳ ଥାନା ଅନ୍ତର୍ଗତ ନିଶାବିରା ଗ୍ରାମରେ ଗତ 8 ତାରିଖ ଦିନ ବେଆଇନ ଜନ୍ତୁ ଶିକାରୀଙ୍କ ଦ୍ୱାରା ବିଛା ଯାଇଥିବା ଜୀବନ୍ତ ଵୀଦ୍ୟୁତ ତାର ସଂସ୍ପର୍ଶରେ ଆସି ଦେବ ସାହୁ ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପୁଅ କୁନା ସାହୁଙ୍କ ଅଭିଯୋଗ ଆଧାରରେ ଆଜି ରିଆମାଳ ଥାନା ଅଧିକାରୀ ଲଳିତା ସାହୁଙ୍କ ନେତୃତ୍ୱରେ ରିଆମାଳ ଥାନା ପୁଲିସ ନିଶାବିରା ଓ କାଇଁସର ଗ୍ରାମରେ ଚଢ଼ାଉ କରି ବେଆଇନ ବନ୍ଧୁକ ସହ ବିଦ୍ୟୁତ ତାର,ସୀସା ପ୍ଲେଟ, କୁରାଢ଼ୀ ସହ ଶିକାର ଉଦେଶ୍ୟରେ ବ୍ୟବହୃତ ସାମଗ୍ରୀ ଓ ମୋବାଇଲ ଫୋନ ଜବତ କରିବା ସହ 9 (ନଅ ) ଅଭିଯୁକ୍ତଙ୍କୁ ଗିରଫ କରିଛି l

ଗିରଫ ଅଭିଯୁକ୍ତ ମାନେ କାଇଁସିର ଗ୍ରାମର ବିଷ୍ଣୁ ପ୍ରଧାନ, ତଂଲୁ ସାହୁ, ପ୍ରତାପ ବାଙ୍ଗରୁ କିସାନ, ତନୁ ପ୍ରଧାନ, ବିକାଶ କିସାନ ଓ ନିଶାବିରା ଗ୍ରାମର ଅର୍ଜୁନ ପ୍ରଧାନ, ମାନସ ସାହୁ, ବାବୁଲି ସାହୁ ଓ ପ୍ରମୋଦ ପ୍ରଧାନ ବୋଲି ଜଣା ପଡିଛି l ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ପୁଲିସ ଦଫା 304 ରେ ମାମଲା ରୁଜୁ କରି ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି l

Leave A Reply

Your email address will not be published.