ଅକ୍ଷୟ ମହାନ୍ତିଙ୍କ ବିଂଶ ତମ ଶ୍ରାଦ୍ଧ ବାର୍ଷିକ: ରବିନ୍ଦ୍ର ମଣ୍ଡପରେ ଅକ୍ଷୟ ସାହିତ୍ୟ ଓ ସଂଗୀତ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅକ୍ଷୟ ମହାନ୍ତିଙ୍କ ବିଂଶ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସାଂସ୍କୃତିକ ଅନୁଷ୍ଠାନ ସଂସ୍କୃତି ଓ ସଂସ୍କୃତି ,ଓଡ଼ିଶା ସିନେ କ୍ରିଟିକ ଆସୋସିଏସନ୍ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକଲ୍ୟରେ ଭୁବନେଶ୍ବର ରବିନ୍ଦ୍ର ମଣ୍ଡପରେ ଅକ୍ଷୟ ସାହିତ୍ୟ ଓ ସଂଗୀତ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେଇଥିଲେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ର ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବିଭାଗୀୟ ନିର୍ଦ୍ଧେଶକ ରଞ୍ଜନ କୁମାର ଦାସ ଓଡ଼ିଶା ର ସର୍ବ ପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ୱିନୀ ର ସମ୍ପାଦିକା ଡକ୍ଟର ଇତି ସାମନ୍ତ , ରାଜ୍ୟ ସଭା ସାସଂଦ ସୁଲତା ଦେଓ ଯୋଗ ଦେଇଥିଲେ । ଉପସ୍ଥିତି ଅତିଥିମାନେ ଅକ୍ଷୟ ଙ୍କ ବହୁ ମୁଖୀ ପ୍ରତିଭା ବିଷୟରେ ଆଲୋଚନା କରିଥିଲେ । ଅନୁଷ୍ଠାନ ର ସଭାପତି ବରିଷ୍ଠ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ସମ୍ପାଦକ ବରିଷ୍ଠ ସିନେ ସମୀକ୍ଷକ ଦିଲ୍ଲୀପ ହାଲି ବିବରଣୀ ପ୍ରଦାନ କରିଥିଲେ ।
ଏହି ଅବସରରେ କାଦମ୍ୱିନୀ ମିଡ଼ିଆ ପକ୍ଷରୁ ଡକ୍ଟର ଇତି ସାମନ୍ତ ଙ୍କ ସମ୍ପାଦନା ରେ ପ୍ରକାଶିତ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଆଧାରିତ ସଙ୍କଳନ ଅମର ଅକ୍ଷୟ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଏହି ଉତ୍ସବ ରେ ଚଳିତ ବର୍ଷ ର ସମ୍ମାନ ଜନକ ଅକ୍ଷୟ ସାହିତ୍ୟ ସମ୍ମାନ ବିଶିଷ୍ଟ ଗାଳ୍ପିକ ଭୀମ ପୃଷ୍ଟି ଙ୍କୁ ପ୍ରଦାନ କରାଯାଇ ଥିଲା । ସେହିପରି ଜଣା ଶୁଣା କଣ୍ଠଶିଳ୍ପୀ ପୂର୍ବତନ ମୂଖ୍ୟ ଯନ୍ତ୍ରୀ ଇଁ. ବିଚିତ୍ରା ନନ୍ଦ ଦେଓ ଙ୍କୁ ଅକ୍ଷୟ ସଂଗୀତ ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷ ରେ ଆୟୋଜିତ ସଂଗୀତ ସନ୍ଧ୍ୟ କାର୍ଯ୍ୟକ୍ରମ ରେ ବହୁ ପ୍ରବୀଣ ଓ ନବୀନ କଣ୍ଠ ଶିଳ୍ପୀ ଅକ୍ଷୟ ସଂଗୀତ ପରିବେଷଣ କରିଥିଲେ। ଏଥିରେ ଉଦୟମାନ ଭାଓଲେନ୍ ବାଦକ ମାଷ୍ଟର ରାକେଶ ବିଶ୍ୱାଳ ଅକ୍ଷୟ ସଂଗୀତ ର ସ୍ୱର ବାଦନ କରିଥିବା ବେଳେ ଇ. ବିଚିତ୍ରା ନନ୍ଦ ଦେଓ , ସୌରଭ ନାୟକ, ଛନ୍ଦା ମିଶ୍ର, ଶୈଳ ଭାମା ମହାପାତ୍ର ,ପ୍ରୀତି ନନ୍ଦା ରାଉତ୍ ରାୟ , ଯଶସ୍ଵିନୀ , ସଞ୍ଜୟ ମିଶ୍ର, ରିତ୍ୱିକା ରିମ୍ ଝିମ୍ ପରମୁଖ ସଂଗୀତ ପରିବେଷଣ କରିଥିଲେ ।