ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହସ୍ତତନ୍ତ, ବୟାନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗ ଦ୍ୱାରା କାର୍ଯ୍ୟକ୍ରମ ସ୍ଵତନ୍ତ୍ର ହସତନ୍ତ ମେଳା 2022 ଅନୁଷ୍ଠିତ ହୋଇଯାଇଅଛି। ଏହା ଆଜିଠାରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଏକାମ୍ର ହାଟ ରେ ଆୟୋଜିତ ହେବ । ରାଜ୍ୟର ବିଭିନ୍ନ ହସ୍ତତନ୍ତ ସମିତି ତଥା ସ୍ଵଂୟ ସହାୟକ ଗୋଷ୍ଟି ମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ତଥା ନିୟମିତ କାମ ଯୋଗାଇବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ। ଆଜି ଏହି ମେଳାକୁ ହସ୍ତତନ୍ତ, ବୟାନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀ ଉଦ୍ଘାଟନ କରିଛନ୍ତି। ଏହି ଉତ୍ସବରେ ବିଭାଗର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ। ଏଥିରେ ସର୍ବୋମୋଟ ପ୍ରାୟ ୩୪ଟି ଷ୍ଟଲ ସ୍ଥାନ ପାଇଛି। ଆଜିର ପ୍ରଥମ ଦିନରେ ଲୋକ ମାନଙ୍କ ଭିଡ଼ ବହୁତ ଦେଖିବାକୁ ମିଳିଛି ।
ଏହି ଅବସରରେ ହସ୍ତତନ୍ତ, ବୟାନ ଶିଳ୍ପ ଓ ହସ୍ତ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ଯେ ସପ୍ତାହକୁ ଅନ୍ତତଃ ଗୋଟେ ଦିନ ସରକାରୀ ଅଧିକାରୀ ମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରନ୍ତୁ ଯାହା ଫଳରେ ହସ୍ତ ଶିଳ୍ପ କାରିଗରୀ ମାନଙ୍କ ଅଧିକ ଉନ୍ନତି ହୋଇପାରିବ। ଏହାକୁ ଅଧିକ ପ୍ରଚାର ପ୍ରସାର କରିବା ସରକାରଙ୍କ ଗୁରୁ ଦାୟିତ୍ଵ ବୋଲି ସେ କହିଛନ୍ତି ।