ପଦ୍ମପୁରରେ ପ୍ରଚାର ବେଳେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କହିଲେ ‘ଆପଣମାନଙ୍କ ହକ୍‌ ପାଇଁ ଲଢ଼ିବି’

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ପଦ୍ମପୁରରେ ପ୍ରଚାର ବେଳେ ବିଜେପି ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି, ଫସଲବୀମା, ସାର ଯୋଗାଣ, ଏମଏସପି ବୃଦ୍ଧି ସହ ଏଫସିଆଇ ଧାନ କିଣାରେ ଅବହେଳା ପ୍ରସଙ୍ଗରେ କେନ୍ଦ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି, କେନ୍ଦୁପୁତ୍ର ତୋଳାଳୀଙ୍କ ପାଇଁ ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଦ୍ମପୁର ଚାଷୀଙ୍କ ଫସଲବୀମା କେନ୍ଦ୍ର ନିକଟରେ ୧୮ ମାସ ପଡି ରହିିଥିଲା । ଚାଷୀମାନେ ବିଜେପି ପ୍ରାର୍ଥୀଙ୍କୁ ନାମାଙ୍କନ ଦାଖଲ କରିବାକୁ ବନ୍ଦ କରିବାର ୪୮ ଘଣ୍ଟା ଭିତରେ ନିଦ ଭାଙ୍ଗିଲା । ଏବେବି ପଦ୍ମପୁରର ବହୁ ଚାଷୀ ବୀମା ରାଶି ପାଇ ନାହାନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ବି କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ ।

ସେ କହିଛନ୍ତି, ବିଜେପିର ଓଡ଼ିଶା ଏମ୍‌ପିମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଚାପ ପକାଇ ପିଏମ୍‌ ଆବାସ ଯୋଜନାକୁ ବନ୍ଦ କଲେ । ରାଜନୈତିକ ଉଦ୍ଦେଶ୍ୟ ରଖି ଗରିବ ଲୋକଙ୍କୁ ଘର ପାଇବାରୁ ବଞ୍ଚିତ କରିଛନ୍ତି । ପଦ୍ମପୁରରୁ ରେଳ ଲାଇନ୍‌ ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି । ପ୍ରଶ୍ନ କରିଛନ୍ତି, କେନ୍ଦ୍ର ମନ୍ତ୍ରୀମାନେ କହିବେ କି ରେଲେଓ୍ଵ ଲାଇନ୍‌ କେଉଁ ଗାଁ ଦେଇ ଯିବ ? ଜମି ପାଇଁ ଡିପିଆର୍‌ ହୋଇଛି କି ? ନବୀନ କହିଛନ୍ତି ସେ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ବିଜେପୁର ଭଳି ପଦ୍ମପୁରବାସୀଙ୍କୁ ଯାହା କହିଛନ୍ତି ତାହା ସବୁ କରିବେ । ବର୍ଷା ସିଂ ବରିହାଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନଟରେ ଭୋଟ୍‌ ଦେବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ।

Leave A Reply

Your email address will not be published.