ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଅଧୀନ କଟକରୋଡରେ ଦୀପାଳୀ ବାର୍ ମ୍ୟାନେଜର ବିକାଶ ଚନ୍ଦ୍ର ମହାନ୍ତିଙ୍କୁ କେତେକ ଯୁବକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ବିକାଶ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ବାର ମାଲିକ ପ୍ରଦ୍ୟୁମ୍ନ ଜେନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି।
ବିକାଶ ଅଭିଯୋଗ କରିଛନ୍ତି ଯେ, ହୋଟେଲରେ ରହୁଥିବା ଯୁବତୀମାନଙ୍କ ପରିଚୟପତ୍ର ବନାଇବାକୁ କହିବାରୁ ମାଲିକ ପ୍ରଦ୍ୟୁମ୍ନ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଫଳରେ ବିକାଶ ଚାକିରି ଛାଡ଼ି ଦେଇଥିଲେ। କିନ୍ତୁ ପରେ ପ୍ରଦ୍ୟୁମ୍ନ ତାଙ୍କୁ ହୋଟେଲକୁ ଡକାଇ କେତେକ ଯୁବକଙ୍କ ଦ୍ବାରା ମାଡ଼ ମରାଇଥିଲେ। ଯାହାର ଭିଡ଼ିଓ ସିସି କ୍ୟାମେରାରେ ମହଜୁଦ୍ ଅଛି ବୋଲି ବିକାଶ ଏତଲା କପିରେ ଉଲ୍ଲେଖ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ହୋଟେଲକୁ ଯାଇ ତଦନ୍ତ ଆରମ୍ଭ କରିଛି।