ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ମହାନଦୀରେ ବୁଡ଼ି ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଣ୍ଟାଏରୁ ଅଧିକ ସମୟ ଖୋଜାଖୋଜି ପରେ ମୃତଦେହ ଉଦ୍ଧାର କରାଯାଇଛି। କଟକ ଯୋବ୍ରା ବ୍ୟାରେଜ୍ରେ ସୁଇମିଂ ଶିଖୁଥିବା ବେଳେ ଯୁବକ ଜଣକ ନିଖୋଜ ହୋଇଯାଇଥିଲେ। ମୃତ ଯୁବକ ହେଲେ ପୀର୍ ବଜାରର ସୋହେଲ ଖାନ୍। ଗତକାଲି ଜଗତପୁର ଅଞ୍ଚାଳରେ ଏକ ଦୁଃଖଦ ଘଟଣା ଘଟିଥିବା ପରେ ଆଜି ମଧ୍ଯ ଏକ ଘଟଣା ଦେଖିବକୁ ମିଳିଛି ସ୍ଥାନୀୟ ମହାନଦୀର ଭାସି ଯାଇ ଜଣଙ୍କର ମୃତ୍ୟୁ ହୋଇଛି।
ଜଗତପୁର ପଦ୍ମପୁର, କାଜିବଜାର ର ସୋହେଲ ଖାନ୍ ପ୍ରତ୍ୟହ ଜଗତପୁର ନିମାପୂର ସ୍ଥିତ ଖେଳ ପଡ଼ିଆକୁ ନିୟମିତ ଖେଳେ ଅଭ୍ୟାସ ସହିତ ଦୌଡ଼ିବା, ଅନ୍ୟାନ୍ୟ ଖେଳ ଅଭ୍ୟାସ କରନ୍ତି। ଆଜି କିନ୍ତୁ କୋଚ ବିକାଶ ଜେନା ଙ୍କ ନେତୃତ୍ୱରେ ମହାନଦୀର ପହରିବା ଅଭ୍ୟାସ ନିମନ୍ତେ ଯାଇଥିବା ବେଳେ । ଅଭ୍ୟାସ ବେଳେ ଦୂରକୁ ଭାସିଯାଇ ଥିଲେ। ଅଗ୍ନିସମ ବିଭାଗ ଓ ସ୍ଥାନୀୟ ଡ଼ଙ୍ଗା ଧରାଳି କିଛି ଘଣ୍ଟା ପରେ ମୃତ ଅବସ୍ଥାରେ ଉକ୍ତ ଯୁବକଙ୍କୁ ପାଇଥିଲେ। ଏହାପରେ ଜଗତପୁର୍ ପୋଲିସ ପହଞ୍ଚି ମୃତ ବ୍ୟକ୍ତି ର ଶବ ବ୍ୟବଚ୍ଛେଦ ପାଇ କଟକ ବଡ ଡାକ୍ତର ଖାନା କୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ ।