‘ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରଶ୍ନ ଉଠୁନି’ ସ୍ପଷ୍ଟ ଶୁଣାଇଦେଲେ ସୁପ୍ରିମକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଉ କେଉଁଠି ହେବନି ହାଇକୋର୍ଟ ବେଞ୍ଚ । ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ଶୁଣାଣି ବେଳେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ରଖିଛନ୍ତି । କୋର୍ଟ କହିଛନ୍ତି, ଅନ୍ୟ ସ୍ଥାନରେ ବେଞ୍ଚ ସ୍ଥାପନ ପ୍ରଶ୍ନ ଉଠୁନି । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ । ଯାହା ଆଶା ଥିଲା ବର୍ତ୍ତମାନ ଓକିଲଙ୍କ ଆଚରଣ ସହିତ ମଉଳିଗଲା । ବର୍ତ୍ତମାନର ବୈଷୟିକ ଜ୍ଞାନ କୌଶଳ ବେଞ୍ଚ ସ୍ଥାପନର କୌଣସି ପ୍ରାସଙ୍ଗିକତା ରଖୁନି । ଏଥିସହ କୋର୍ଟ କହିଛନ୍ତି, କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି କେବଳ ଆନ୍ଦୋଳନକୁ ସ୍ଥଗିତ ରଖିଛି । ଏହି ପ୍ରସ୍ତାବକୁ କୋର୍ଟ ଖାରଜ କରିଛନ୍ତି । କହିଛନ୍ତି, ଆନ୍ଦୋଳନକୁ ବିନା ସର୍ତ୍ତରେ ପ୍ରତ୍ୟାହାର କରିବା ଦରକାର ।

ଆଜି ଶୁଣାଣିରେ ଭର୍ଚୁଆଲରେ ହାଜର ହୋଇଥିଲେ ପୋଲିସ ଡିଜି ସୁନୀଲ ବଂଶଲ ଓ ସମ୍ବଲପୁର ଆଇଜି ଦୀପକ କୁମାର । ସୁପ୍ରିମକୋର୍ଟ କହିଛନ୍ତି, ଓକିଲଙ୍କ ସହ ବିନମ୍ରତାର ସହ କୌଣସି କଥାବାର୍ତ୍ତା କରିବା ଆବଶ୍ୟକ ନାହିଁ । ଓକିଲଙ୍କ ବିରୋଧରେ ଏଫଆଇଆର୍‌ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ପୋଲିସକୁ ସମାଲୋଚନା କରିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, ଆଇନଶୃଙ୍ଖଳା ରକ୍ଷା କରିବା ପୋଲିସର ଦାୟିତ୍ୱ । ଏଥିପାଇଁ ପୋଲିସକୁ କୌଣସି ନିର୍ଦ୍ଦେଶ ଦେବା ଆବଶ୍ୟକତା ନାହିଁ । ସମ୍ପୂର୍ଣ୍ଣ ଶାନ୍ତି ବଜାୟ ରଖିବା ସହ ଶୃଙ୍ଖଳାର ସହ କୋର୍ଟ କାର୍ଯ୍ୟ ଚାଲିବା ଆବଶ୍ୟକ । ଯେତେ ସୁରକ୍ଷା ଦରକାର ଯୋଗାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।  ଶୁଣାଣି ବେଳେ ପୋଲିସ ଡିଜି ଓ ଆଇଜି ପ୍ରତିଶ୍ରୁତି ଦେଇଛନ୍ତି ଘଟଣାର ପୁନରାବୃତ୍ତି ହେବନି । ସମ୍ପୂର୍ଣ୍ଣ ଶାନ୍ତି ବଜାୟ ରଖିବା ସେମାନଙ୍କର ବ୍ୟକ୍ତିଗତ ଦାୟିତ୍ୱ । ସମ୍ବଲପୁରରେ ଆନ୍ଦୋଳନର ସ୍ଥିତି ଉପରେ ନଜର ରଖିବେ ବୋଲି କହିଛନ୍ତି ପୋଲିସ ଡିଜି ।

 

Leave A Reply

Your email address will not be published.