ଓଡ଼ିଆ ଟେଲିଭିଜନ ଇତିହାସରେ ପ୍ରଥମ: ଜୀ-ସାର୍ଥକ ନୂଆବର୍ଷରେ ଆଣିଛି ଏକାଥରେ ୩ଟି ନୂଆ ମେଗା ଧାରାବାହିକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆବର୍ଷ ଅବସରରେ ମନୋରଞ୍ଜନର ଇତିହାସ ଫର୍ଦ୍ଦରେ ଯୋଡ଼ିବାକୁ ଯାଉଛି ଏକାଥରେ 3 ଟି ନୂଆ ଧାରାବାହିକ ‘ମୁଁ ବି ବିଜୟିନୀ’, ‘ତୁ ଖରା ମୁଁ ଛାଇ’ ଓ ‘ଖୁସିର ଛୁଙ୍କ’ l ସବୁବେଳେ ଦର୍ଶକଙ୍କ ମନମୁତାବକ ଭରପୁର ମନୋରଂଜନ ଦେଇଆସୁଥିବା ଜୀ-ସାର୍ଥକ, ନୂଆ ବର୍ଷର ଆରମ୍ଭ ସହ ଏଥର ସମ୍ପୂର୍ଣ 3ଟି ନିଆରା କାହାଣୀକୁ ନେଇ ତିଆରି କରିଛି 3ଟି ନୂଆ ଧାରାବାହିକ ଏବଂ ଆରମ୍ଭ ହେଉଛି ଜାନୁଆରୀ ୨ ରୁ କେବଳ ଓଡିଆ ଦର୍ଶକଙ୍କ ମନୋରଞ୍ଜନ ଚ୍ୟାନେଲ୍, ଜୀ-ସାର୍ଥକରେ । ଏହି ଧାରାବାହିକ ସବୁ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଜୀ-ସାର୍ଥକ ଟିମ୍ ପକ୍ଷରୁ କୁହାଯାଇଛି । ପ୍ରଥମେ ସନ୍ଧ୍ୟା ୬:୩୦ରୁ ଆରମ୍ଭ ହେବ ଏକ ଭିନ୍ନ ଧରଣର ପ୍ରତିଶୋଧର ଏକ ନୂଆ କାହାଣୀ, ଧାରାବାହିକ ‘ମୁଁ ବି ବିଜୟିନୀ’ । ଏହି ସବୁ ଧାରାବାହିକ ମଧ୍ୟରେ ଦ୍ଵିତୀୟରେ ରହିଛି “ତୁ ଖରା ମୁଁ ଛାଇ” ଯାହାର ମୁଖ୍ୟ ଚରିତ୍ର ମାନିନୀର କାହାଣୀକୁ ନେଇ ପ୍ରସ୍ତୁତ ଏହି ଧାରାବାହିକ ।
ଜୀ-ସାର୍ଥକର ତୃତୀୟ ଭେଟି ରହିଛି ‘ଖୁସିର ଛୁଙ୍କ’ । ଜାନୁଆରୀ ୨ ରୁ ସୋମବାରରୁ ଶନିବାର ରାତି ୯ରେ ପ୍ରସାରିତ ହେବ । ଏହି ନୂଆବର୍ଷ ୨୦୨୩ ରେ 3ଟି ନୂଆ ମେଗା ଧାରାବାହିକ ଆସିବା ସହ ଆହୁରି ୩ ଗୁଣ ବଢିବ ବୋଲି ବୋଲି ଜୀ-ସାର୍ଥକ ଚ୍ୟାନେଲ୍ ମୁଖ୍ୟ, ଶ୍ରୀ ପ୍ରତୀକ ସିଲ୍ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଯେହେତୁ ଓଡିଆ ଦର୍ଶକଙ୍କ ରୁଚି ଓ ପସନ୍ଦ ଅନୁଯାୟୀ ନୂଆ ବର୍ଷରେ ଆସୁଥିବା ଉପରୋକ୍ତ 3ଟି ନୂଆ ମେଗା ଧାରାବାହିକର କାହାଣୀ ଗୁଡିକ ହୋଇଛି, ତାହା ଓଡ଼ିଶା ଦର୍ଶକଙ୍କୁ ନିଶ୍ଚୟ ଭରପୁର ମନୋରଞ୍ଜନ ଦେବା ସହ ନିଶ୍ଚୟ ଦର୍ଶକାଦୃତ ହେବ ।

Leave A Reply

Your email address will not be published.