ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ପହଂଚିଛନ୍ତି ଜର୍ମାନୀ ହକୀ ପୁରୁଷ ଦଳ। ବିମାନବନ୍ଦରରେ ପହଂଚିବା ପରେ ଜର୍ମାନୀ ଟିମ ଓ ଅଫିସିଆଲମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ଵାଗତ କରାଯାଇଛି। ୬ ଦିନ ପରେ ଆରମ୍ଭ ହେବ FIH ଓଡିଶା ହକି ପୁରୁଷ ବିଶ୍ୱକପ ୨୦୨୩। ଭୁବନେଶ୍ୱର-ରାଉରକେଲା ଦୁଇଟି ଭେନୁରେ ହେବ ମହା ଲଢେଇ। ଜର୍ମାନୀ ସହ ପୁଲ ବି ରେ ରହିଛନ୍ତି ବେଲଜିଅମ, ଜାପାନ, କୋରିଆ ଭଲି ଶକ୍ତିଶାଳୀ ଦଳ। ୨୦୧୮ ବିଶ୍ୱକପକୁ ବାଜିମାତ କରିଥିଲା ବାଲଜିଅମ ଦଳ।
ସେପଟେ ବ୍ୟକ ଟୁ ବ୍ୟକ ଭାବରେ ଜର୍ମାନୀ ମଧ୍ୟ ୨୦୦୨ ଏବଂ ୨୦୦୬ ବିଶ୍ୱକପକୁ ହାତେଇବାରେ ସଫଳ ହୋଇଥିଲା। ତେଣୁ ଚଳିତ ବର୍ଷର ହକୀ ମହାକୁମ୍ଭରେ ଲଢେଇ ଜୋର ଦାର ହେବ ବୋଲି ଆଶା ରଖିଛନ୍ତି ହକୀ ପ୍ରେମୀ। ଜର୍ମାନୀ ଦଳ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଗରୁ ମଧ୍ୟ ମ୍ୟାଚ ଖେଳିସାରିଛି। ଏଥର ନୂଆ ଷ୍ଟାଡିୟମ ହୋଇଥିବାରୁ ଉଭୟ ସ୍ଥାନରେ ଖେଳିବାକୁ ଭଲ ଲାଗିବ ସହ ରୋମାଞ୍ଚକ ମ୍ୟାଚ ହେବ ବୋଲି ଦଳର କ୍ୟାପଟେନ ଓ କୋଚ କହିଛନ୍ତି।