ଯୋଗ୍ୟ ହିତାଧିକାରୀଙ୍କୁ କିପରି ଆବାସ ଯୋଜନା ମିଳିବ ସେଥିପାଇଁ ଆନ୍ଦୋଳନ କରିବ ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସାଧାରଣ ଲୋକଙ୍କୁ କେମିତି ପ୍ରଧାନମନ୍ତ୍ରୀ ଆବାସ ମିଳିବ ସେଥିପାଇଁ ବିଜେପି ଆନ୍ଦୋଳନ କରିବ । ପଞ୍ଚାୟତ ଅଫିସ ଓ ବ୍ଲକ ଅଫିସ, ପିଡି-ଡିଆରଡିଏ ଅଫିସ ଦୁର୍ନୀତିର ଗନ୍ତାଘର । ଏହି 3ଟି ଅଫିସ ଅଚଳ କରିବ ବିଜେପି । 22 ତାରିଖରେ ବସିବ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । କାର୍ଯ୍ୟକାରିଣୀରେ ଆନ୍ଦୋଳନ ନେଇ ନିଷ୍ପତ୍ତି ହେବ । ପଞ୍ଚାୟତ ସ୍ତରରେ ଉଠିବ ଆବାସ ଦୁର୍ନୀତି ପ୍ରସଙ୍ଗ । ଆବାସ ପ୍ରସଙ୍ଗରେ ଆନ୍ଦୋଳନ ଆରମ୍ଭ କରିଛି ବିଜେପି । 22 ତାରିଖ ପରେ ବ୍ୟାପକ ହେବ ଆନ୍ଦୋଳନ ।

ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଓ ସମ୍ବଲପୁର ଲୋକସଭାର କର୍ମକର୍ତ୍ତାଙ୍କ ସହ ଭିସି ଜରିଆରେ କଥା ହୋଇଛନ୍ତି । ଦୁଇଟି କାର୍ଯ୍ୟକ୍ରମ ପାଇଁ ନିଷ୍ପତି ହୋଇଛି ।
1. ପ୍ରଧାନମନ୍ତ୍ରୀ ଆବାସ ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆନ୍ଦୋଳନ କରିବ ବିଜେପି ।
2. ମାଗଣାରେ ଯୋଗାଉଥିବା 5 କେଜି ଚାଉଳ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବ ବିଜେପି । ରାଜ୍ୟର ସମସ୍ତ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସେଣ୍ଟରରେ ମୋଦୀଙ୍କ ଫଟୋ ଲାଗିଥିବା ବ୍ୟାନର ଲଗାଇବ ବିଜେପି ।

ରାଜ୍ୟ ସରକାରଙ୍କ ବିଜ୍ଞାପନରେ ପ୍ରଚାର ପ୍ରସଙ୍ଗରେ ବର୍ଷିଲେ ଜୟ ନାରାୟଣ । ଏହା ହୀନମାନ୍ୟତା । ଓଡିଶା ସରକାରଙ୍କ ନିମ୍ନ ବୁଦ୍ଧି ଏବଂ ହୀନ ମାନସିକତାର ପରିଚୟ ।

ଓଡିଶାରେ ଆଦୌ ଗ୍ରାମ ସଭା, ପଲ୍ଲୀ ସଭା ହେଉ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି ଆଇନ ତା ବାଟରେ ଯିବ । ହେଲେ ଆଇନ ସବୁବେଳେ ଅବାଟରେ ଯାଉନାହିଁ । ଯାହାର କୋଠା ଅଛି ତାଙ୍କୁ ପକ୍କାଘର ମିଳୁଛି, କିନ୍ତୁ ଝୁମ୍ପୁଡିରେ ରହୁଥିବା ଗରିବଙ୍କୁ ମିଳୁନାହିଁ । ଏହା ଓଡିଶାର ସବୁଠୁ ବଡ଼ ଦୁର୍ଭାଗ୍ୟ ।
2022 ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇବା ପାଇଁ ଲକ୍ଷ୍ୟ ଥିଲା । କିନ୍ତୁ ଆଜି ଯାଏଁ ହୋଇପାରିଲା ନାହିଁ । ଏବେ କହିବେ ଯେ କେନ୍ଦ୍ର ଦେଉନାହିଁ । ତେବେ ରାଜ୍ୟ କେତେ ଲିଷ୍ଟ ପଠାଇଥିଲା,କେନ୍ଦ୍ର କେତେ ଦେଲା ସରକାର ସାର୍ବଜନୀନ କରନ୍ତୁ । ବିଭାଗୀୟ ମନ୍ତ୍ରୀ ଡାହା ମିଛ କହୁଛନ୍ତି ।

ବିଜେପି ଦାବି କରୁଛି, ଯୋଗ୍ୟ ଲୋକ ଘର ପାଉ । ଯାହାର ଘର ନାହିଁ ତାକୁ ଘର ମିଳୁ । ଯାହାର ପଟ୍ଟା ନାହିଁ ତାଙ୍କୁ ପଟ୍ଟା ଦିଆଯାଉ । ସହରାଞ୍ଚଳରେ ମଧ୍ୟ ଯାହାର ପଟ୍ଟା ନାହିଁ ତାଙ୍କୁ ପଟ୍ଟା ଦିଆଯାଉ । ବମ୍ବେ ଭଳି ଆପର୍ଟମେଣ୍ଟ କରି ବସ୍ତି ବାସିନ୍ଦା ଙ୍କୁ ଥଇଥାନ କରାଯାଉ ବୋଲି ପ୍ରସ୍ତାବ ଦେଇଛି ବୋଲି କହିଲେ ଜୟ ନାରାୟଣ ।

Leave A Reply

Your email address will not be published.