ଖୋର୍ଦ୍ଧା ଟାଙ୍ଗୀ ଥାନା ହରିପୁରରେ ଚାଞ୍ଚଲ୍ୟ, ସ୍ବାମୀକୁ ମାରି ସୁଟକେସରେ ଭର୍ତ୍ତି କରି ଜଙ୍ଗଲରେ ଫୋପାଡ଼ି ଦେଲା ସ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଖୋର୍ଦ୍ଧା ନାଚୁଣୀରେ ସୁଟକେସରୁ ମୃତଦେହ ମିଳିବା ଘଟଣାରେ ପୋଲିସର ତନାଘନା ତଦନ୍ତ । ଚଣ୍ଡେଶ୍ୱରରେ ହତ୍ୟା କରି ହରିପୁରରେ ଫିଙ୍ଗିଥିଲେ ମୃତଦେହ । ମୃତ ମନୋରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ନିଲି ଦାସ ହିଁ ମୁଖ୍ୟ ଅଭିଯୁକ୍ତ । ତାଙ୍କୁ ସହଯୋଗ କରିଥିଲେ ମନୋରଞ୍ଜନଙ୍କ ଶାଳକ ଓ ଅନ୍ୟ ଜଣେ ଅଭିଯୁକ୍ତ । ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଏହା ଥିଲା ପ୍ରି-ପ୍ଲାନ୍‌ଡ ମର୍ଡର । ଯୋଜନାବଦ୍ଧ ଭାବେ ମନୋରଞ୍ଜନଙ୍କୁ ହତ୍ୟା କରାଯାଇଛି ।

ଓଢ଼ଣୀରେ ସ୍ୱାମୀଙ୍କ ଗୋଡ଼ ବାନ୍ଧିଥିଲେ ନିଲି ଦାସ । ହତ୍ୟା କରିବା ପରେ ସୁଟ୍‌କେସ୍‌ରେ ମୃତଦେହ ଭର୍ତ୍ତି କରିଥିଲେ । ପରେ ହରିପୁର ଜଙ୍ଗଲରେ ଫିଙ୍ଗିଥିଲେ । ୨୧ ତାରିଖ ସନ୍ଧ୍ୟାରେ ଟାଙ୍ଗୀ ବଜାରର ଏକ ଦୋକାନରୁ କିଣିଥିଲେ ସୁଟ୍‌କେସ୍‌ । ଆଜି ସମସ୍ତ ୩ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରି-କ୍ରିଏସନ୍‌ କରିଛି ପୋଲିସ । ସେମାନଙ୍କୁ ପ୍ରଥମେ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ସ୍ଥିତ ଉଡ଼ା ଘରକୁ ନେଇଥିଲା । ସେଠାରେ ଡେମୋ ଦେଖାଇଥିଲେ ଅଭିଯୁକ୍ତ ।

ପରେ ସୁଟକେସ୍‌ ପଡ଼ିଥିବା ହରିପୁର ଜଙ୍ଗଲରେ ସିନ୍‌ ରି-କ୍ରିଏସନ୍‌ କରିଛି ପୋଲିସ । ମୃତ ମନୋରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ କରିଥିଲା ମର୍ଡର ପ୍ଲାନ୍‌ । ସୁଟକେସ୍‌ ପୋଲିସକୁ ଦେଇଥିଲା ସୁରାକ । ଯେଉଁ ଦୋକାନକୁ ସୁଟକେସ୍‌ କିଣିଥିଲେ ସେଠାକାର ସିସିଟିଭିରୁ ମିଳିଥିଲା ସୂଚନା । ସହଯୋଗୀକୁ ଚିହ୍ନଟ କରିଥିଲା ପୋଲିସ । ତାକୁ ପଚରାଉଚରା ବେଳେ ଖୋଲିଥିଲା ହତ୍ୟାକାଣ୍ଡର ଗୁମର । ମନୋରଞ୍ଜନଙ୍କୁ ହତ୍ୟା ଯୋଜନାବଦ୍ଧ ବା ପ୍ରି-ପ୍ଲାନଡ୍‌ ଥିଲା ।

ଗତକାଲି ନାଚୁଣୀ ଥାନା ହରିପୁର ଜଙ୍ଗଲରୁ ଟ୍ରଲି ବ୍ୟାଗ ଭିତରୁ ଉଦ୍ଧାର ହୋଇଥିଲା ମନୋରଞ୍ଜନଙ୍କ ମୃତଦେହ । ଏବେ ପ୍ରଶ୍ନ ଉଠୁଛି, କାହିଁକି ମନୋରଞ୍ଜନଙ୍କୁ ହତ୍ୟା କଲେ ସ୍ତ୍ରୀ ? ନିଜ ହାତରେ ପୋଛିଲେ ନିଜ ସିନ୍ଦୁର । ଏମିତି କଣ ହେଲା ଯେ ସ୍ୱାମୀଙ୍କୁ ହତ୍ୟା ପାଇଁ ପଛାଇଲାନି ସ୍ତ୍ରୀ ? ଏତେ ନିଷ୍ଠୁର ହୋଇଗଲେ କେମିତି ? ମନୋରଞ୍ଜନ ନିର୍ଯାତନା ଦେଉଥିବାରୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେଇଥିବା ପୋଲିସକୁ କହିଛି ସ୍ତ୍ରୀ । କେବଳ ନିର୍ଯାତନାକୁ ଜଘନ୍ୟା ହତ୍ୟା ନା ଆଉ କିଛି ରହସ୍ୟ ରହିଛି ? ଜଙ୍ଗଲରେ ନା ଆଉ କେଉଁଠି ହତ୍ୟା କରିଥିଲେ ? ଆଉ କେଉଁଠି ମାରିବା ପରେ ଜଙ୍ଗଲରେ ଫିଙ୍ଗି ଦେଇଥିଲେ କି ? ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ପୋଲିସ ଖୋଳତାଡ କରୁଛି । .

Leave A Reply

Your email address will not be published.