ରାସ୍ତାରେ ପଡି ଛଟପଟ ହେଉଥିବା ଯୁବକକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ଦୁଇ ସ୍ବେଚ୍ଛାସେବୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସମୟ ରାତି ପ୍ରାୟ ୮ଟା।ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ ଆରକ୍ଷୀ ସହାୟତା କେନ୍ଦ୍ର ଓ “ମୋ ବସ” ଟର୍ମିନାଲ ରାସ୍ତାର ମଧ୍ୟ ଭାଗରେ ଜୈନକ ଯୁବକ ପଡି ଛଟପଟ ହେଉଥାନ୍ତି।ବାରମ୍ବାର ଉଠିବାକୁ ଚେଷ୍ଟା କରି ମଧ୍ୟ ଉଠି ପାରୁ ନଥାନ୍ତି।ସେହି ରାସ୍ତା ରେ ଯାଉଥିବା ଲୋକମାନେ ସବୁ ଦେଖି ନଦେଖିଲା ଭଳି ଚାଲିଯାଉଥାନ୍ତି।

ସେହି ସମୟରେ ସେହି ରାସ୍ତା ଦେଇ ଷ୍ଟେସନ ରୁ ଫେରୁଥିବା (ନ୍ୟାସନାଲ ୟୁଥ ପ୍ରୋଜେକ୍ଟ)ର ଦୁଇଜଣ ଯୁବ ସମାଜସେବୀ ଙ୍କ ଦୃଷ୍ଟି ଉକ୍ତ ଯୁବକଙ୍କ ଉପରେ ପଡ଼ିଲା।ଯୁବକ ଙ୍କ ଅବସ୍ଥା ଦେଖି ପାଖକୁ ଆସି ସେଠାରେ ଉପସ୍ଥିତ ଥିବା ଦୁଇତିନି ଜଣ ଅଟୋ ଚାଳକଙ୍କ ସହାୟତାରେ ପୀଡିତ ଯୁବକଙ୍କୁ ଉଠାଇ ରାସ୍ତା ପାର୍ଶ୍ୱ କୁ ଆଣିଲା ବେଳେ ଦେଖିଲେ ତାଙ୍କର ଶରୀର ର ଡାହାଣ ପାର୍ଶ୍ୱ ଅଚଳ ହୋଇଛି।ସୂଚନା ପାଇ ନିକଟରେ ଥିବା ଆରକ୍ଷୀ ସହାୟତା କେନ୍ଦ୍ର ର ଅଧିକାରୀ ନିରଞ୍ଜନ ନାୟକ ଘଟଣା ସ୍ଥଳ ରେ ପହଞ୍ଚି ତୁରନ୍ତ 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରି ପୀଡିତ ଯୁବକ ଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ।ଯୁବକଙ୍କ ଘର ହାଇଦ୍ରାବାଦ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.