ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀ ସୋମାଲିକା ଦାଶ ଜଗତସିଂହପୁର ଥାନାରେ ପୁଣି ଦେଲେ ଏଫଆଇଆର, ହାଇକୋର୍ଟ ଦେଇଥିଲେ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ବାନ୍ଧବୀ ସୋମାଲିକା ଦାଶଙ୍କ ବିବାଦକୁ ନେଇ ପୁଣି ଜଗତସିଂହପୁର ଥାନାରେ ଏଫଆଇଆର ଦେଇଛନ୍ତି ସୋମାଲିକା। ହାଇକୋର୍ଟରେ ସୋମାଲିକା କରିଥିବା ଆବେଦନର ଶୁଣାଣି କରି ସୋମାଲିକାଙ୍କ ଏତଲା ପଞ୍ଜୀକରଣ ପାଇଁ ଜଗତସିଂହପୁର ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଓଡିଶା ହାଇକୋର୍ଟ। ସାନି ଲିଖିତ ଅଭିଯୋଗ ସହିତ ହାଇକୋର୍ଟଙ୍କ ନିର୍ଦ୍ଦେଶର କପି ଜଗତସିଂହପୁର ଥାନା ଆଇଆଇସିଙ୍କ ନିକଟରେ ଆବେଦନକାରୀ ଦାଖଲ କରିବା ପରେ ଏତଲା ପଞ୍ଜୀକରଣ କରାଯିବ ବୋଲି ହାଇକୋର୍ଟ କହିଥିଲେ।

ଏଭଳି ନିର୍ଦ୍ଦେଶ ପରେ ଗତକାଲି ରାତିରେ ପୁଣି ଏଫଆଇଆର ଦାଖଲ କରିଛନ୍ତି ସୋମାଲିକା। ତେବେ ଏଫଆଇଆର ରେ କଣ ସୋମାଲିକା ଲେଖିଛନ୍ତି, ସେ ସମ୍ପର୍କରେ ଏତଲା କପି ମିଳିବା ପରେ ଖୁଲାସା କରିବେ ବୋଲି ସୋମାଲିକା କହିଛନ୍ତି। ଦୋଷୀ ଦଣ୍ଡ ପାଉ ଆଉ ସେ ଏଭଳି ଝିଅ ମାନଙ୍କ ସହିତ ନ ଖେଳନ୍ତୁ ବୋଲି ସୋମାଲିକା କହିଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମାଲିକାଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ। ବିବାହ ପାଇଁ ପୂର୍ବରୁ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଉଭୟ ବିଜୟଶଙ୍କର ଓ ସୋମାଲିକା ଆବେଦନ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ବିବାହ ହୋଇ ପାରି ନଥିଲା। ଏହାପରେ ଜଗତସିଂହପୁର ଥାନାରେ ସୋମାଲିକାଙ୍କ ପକ୍ଷରୁ ବିଜୟଶଙ୍କରଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ୨୦୨୨ ମେ ୧୩ର ଏତଲା ପରେ ମଧ୍ୟ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଦର୍ଶାଇ ସୋମାଲିକା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ବାଇଟ: ସୋମାଲିକା ଦାଶ, ବିଜୟଶଙ୍କରଙ୍କ ଦାଶ

Leave A Reply

Your email address will not be published.