ରାଜଧାନୀ ୟୁନିଟ ୨ର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ୱାଧୀନ ଯାତ୍ରା କାର୍ଯ୍ୟକ୍ରମ, ଛାତ୍ରୀମାନେ ବିଭିନ୍ନ ସାମଗ୍ରୀର କରିଥିଲେ ପ୍ରଦର୍ଶନ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍ଥାନୀୟ ରାଜଧାନୀ ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ 2 ପରିସରରେ ଲେଣ୍ଡ୍-ଅ-ହ୍ୟାଣ୍ଡ୍ ଇଣ୍ଡିଆ ସଂସ୍ଥା ଅନୁକୁଲ୍ୟରେ ମଲ୍ଟି ସ୍କିଲ୍ ଛାତ୍ରୀ ମାନଙ୍କୁ ନେଇ ଏକ ସ୍ୱାଧୀନ ଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ସରକାରୀ ଅନୁମତି କ୍ରମେ ସଂସ୍ଥା ତରଫରୁ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କୁ କୌଶଳ ବିକାଶ ତାଲିମ ନିମନ୍ତେ ମଲ୍ଟି ସ୍କିଲ୍ ଫାଉଣ୍ଡେସନ କୋର୍ସ ଅବସ୍ଥାପିତ କରାଯାଇଛି | ଯେଉଁଥିରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ନିୟମିତ ଭାବେ ଇଂଜିନିୟରିଂ ଓ କାର୍ଯ୍ୟଶାଳା, ଶକ୍ତି ଓ ପରିବେଶ, ଉଦ୍ୟାନ ଓ କୃଷିକାର୍ଯ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଆଦି ବିଭାଗରେ ଉଭୟ ଶିକ୍ଷଣ ଓ ପ୍ରାୟୋଗିକ ଶିକ୍ଷା ପ୍ରଦାନ କରାଯାଉଅଛି | ଏହି କୋର୍ସ ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ନିଜର ଦକ୍ଷତା ଓ ଆଗ୍ରହକୁ ବୁଝିବା ସହିତ ଭବିଷ୍ୟତ ନିମନ୍ତେ ଉପଯୁକ୍ତ କ୍ୟାରିୟର ଯୋଜନା କରିପାରିବ ପାଇଁ ଲକ୍ଷ୍ୟ ରଖାଯାଇଅଛି |
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଛାତ୍ରୀମାନେ ଏକ ସ୍ୱାଧୀନ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ | ଯେଉଁଥିରେ ଛାତ୍ରୀମାନେ ବିଭିନ୍ନ ବିଭାଗରେ ପ୍ରସ୍ତୁତ କରିଥିବା ବିଭିନ୍ନ ସାମଗ୍ରୀ ର ପ୍ରଦର୍ଶନ କରିଥିଲେ| ଖାଦ୍ୟ ପ୍ରକ୍ରିୟାକରଣ ରେ ପିଲାମାନେ କପ କେକ୍, ମସଲା ଚାଟ, ଗୁପ୍ଚୁପ, ଇତ୍ୟାଦି ସହ କାଠ କାମ ଦ୍ୱାରା କରିଥିବା ମୋବାଇଲ ଷ୍ଟାଣ୍ଡ, ଚାବି ଷ୍ଟାଣ୍ଡ, ଇତ୍ୟାଦି ପ୍ରଦର୍ଶନ କରିଥିଲେ, ଉଦ୍ୟାନ ଓ କୃଷି ବିଭାଗରେ ପିଲାମାନେ ମୃତିକା ସଂରକ୍ଷଣ ପଦ୍ଧତି ଓ ଗ୍ଲୋବାଲ ୱାର୍ମିଙ୍ଗ ମଡେଲ ପ୍ରସ୍ତୁତି କରିଥିଲେ |
ସମସ୍ତ ବିଭାଗରେ ପ୍ରଦର୍ଶିତ ସାମଗ୍ରୀ ଗୁଡିକୁ ନିମନ୍ତ୍ରିତ ଅତିଥି ଓ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବେଶ ପ୍ରଂଶସା କରିଥିଲେ | ଉଦ୍ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ କୌସ୍ତୁଭ ଇଂଜିନିୟରିଂ କଲେଜ ର ସହାୟକ ପ୍ରଫେସର ସୁବ୍ରଜିତ କର, ସମ୍ମାନିତ ଅତିଥି ଵାହବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଅଧ୍ୟାପିକା ସୁଚିସ୍ମିତା ଓ ଲେଣ୍ଡ୍-ଅ-ହ୍ୟାଣ୍ଡ୍ ଇଣ୍ଡିଆ ର ପ୍ରୋଜେକ୍ଟ ସଂଯୋଜକ କପିଳାସ ଅଦାବର ପ୍ରୋତ୍ସାହନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ ସହିତ ବିଦ୍ୟାଳୟରେ ମଲ୍ଟି ସ୍କିଲ୍ ଭଳି କୋର୍ସ କୁ ପ୍ରଶଂସା କରିଥିଲେ| ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କର ଅଭିଭାବକ ମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ କନିଷ୍ଠ ଛାତ୍ର ଛାତ୍ରୀ ମାନଙ୍କୁ ସାମିଲ କରି ମଲ୍ଟି ସ୍କିଲ୍ କୋର୍ସ ବିଷୟରେ ଧାରଣା ଦିଆଯାଇଥିଲା | ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ନମିତା ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷୟିତ୍ରୀମାନେ ଏବଂ ଲେଣ୍ଡ୍-ଅ-ହ୍ୟାଣ୍ଡ୍ ଇଣ୍ଡିଆ ର କର୍ମକର୍ତା ରାକେଶ ନାୟକ ଓ ବିକ୍ରମ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ |