ବାବୁରାମଙ୍କୁ ପ୍ରଥମ ଦିନରେ ଗୁଡ଼ାଇ ତୁଡ଼ାଇ ପଚାରିଛନ୍ତି ବାଲେଶ୍ୱର ରେଞ୍ଜ IG, ଆଜି ଆର୍ଥିକ କାରବାର ନେଇ ଓ ଗୁପ୍ତ ତଥ୍ୟ ନେଇ କରିବେ ଖୋଳାତାଡ଼

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ITRର ହନି ଟ୍ରାପ ମାମଲା। ବାବୁରାମଙ୍କୁ ପ୍ରଥମ ଦିନରେ ଗୁଡ଼ାଇ ତୁଡ଼ାଇ ପଚାରିଛନ୍ତି ବାଲେଶ୍ୱର ରେଞ୍ଜ IG ହିମାଂଶୁ ଲାଲ ଓ ବାଲେଶ୍ୱର ଏସପି ସାଗରୀକା ନାଥ।  DRDO ତଥ୍ୟ ଲିକ ମାମଲାରେ ସାମ୍ନକୁ ଆସୁଛି ସାଙ୍ଘାତିକ ସତ । ଗିରଫ ବାବୁରାମ ଦେ ITR ର ଟେଲିମେଟ୍ରି ଡିପାର୍ଟମେଂଟର ସିନିଅର ଟେକ୍ନିକାଲ ଅଫିସର ଥିଲେ। ଅଧିକାଂଶ ମିସାଇଲ ଟେଷ୍ଟ ବେଳେ ତାଙ୍କୁ କାର୍ଯ୍ୟପାଇଁ ଆଇଟିଆର ପକ୍ଷରୁ ତାଙ୍କୁ ନିୟୋଜିତ କରାଯାଉଥିଲା। ପୃଥିବୀ , ବ୍ରହ୍ମସ , ବଂଶୀ , QRSAM ଆଦି ବଡ଼ ବଡ଼ ମିସାଇଲ ପରୀକ୍ଷା ସମୟରେ ବାବୁରାମ ହେଉଥିଲେ ନିୟୋଜିତ । କ୍ଲଷ୍ଟର ବମ ଟେଷ୍ଟରେ ବି ଭୂମିକା ଥିଲା ବାବୁରାମଙ୍କର ।

DRDOର ସାଇଣ୍ଟିଷ୍ଟ ମାନଙ୍କ ସହିତ ବାବୁରାମ ଙ୍କ ର ଥିଲା ସମ୍ପର୍କ। ମିସାଇଲ ଟେଷ୍ଟ ସମ୍ପର୍କରେ ଟିକିନିଖି ତଥ୍ୟ ରହୁଥିଲା  ବାବୁରାମଙ୍କ ପାଖରେ। କ୍ରିଟିକାଲ ତଥ୍ୟ ସହ ମିସାଇଲ ପରୀକ୍ଷଣ ସମ୍ପର୍କିତ ଭିଡିଓ ପାକିସ୍ତାନ ସୁନ୍ଦରୀଙ୍କୁ ଦେଉଥିବା ସୂଚନା । ତାଙ୍କ ମୋବାଇଲରୁ ପୋଲିସ ଏଭଳି କିଛି ଗୁରୁତ୍ୱପୂର୍ଣ ତଥ୍ୟ ପାଇଛି।  ଗୁପ୍ତ ତଥ୍ୟ ଲିକର କିଛି ଭିଡିଓ ମଧ୍ୟ ପୋଲିସ ହାତରେ ଲାଗିଛି।  ଆଜି ରିମାଣ୍ଡର ଦ୍ଵିତୀୟ ଦିନ। ଆଜି ଆର୍ଥିକ କାରବାର ନେଇ ଓ ଗୁପ୍ତ ତଥ୍ୟ ନେଇ କରିବ ଖୋଳାତାଡ଼।

Leave A Reply

Your email address will not be published.