ଆସନ୍ତାକାଲି ଠାରୁ ଆରମ୍ବ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱତୀୟ ପର୍ଯାୟ, ସରକାରଙ୍କୁ କେଉଁ ପ୍ରସଙ୍ଗରେ ଘେରିବ କଂଗ୍ରେସ ପ୍ରତିକ୍ରିୟା ରଖିଛନ୍ତି ନରସିଂହ ମିଶ୍ର
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆସନ୍ତାକାଲି ଠାରୁ ଆରମ୍ବ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱତୀୟ ପର୍ଯାୟ। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଥିବା ପ୍ରସଙ୍ଗ ଉଠାଇବ କଂଗ୍ରେସ । ଏଥିସହ ନବ ଦାସ ହତ୍ୟାକାଣ୍ଡ ସମର୍କରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲେ ବି ନିର୍ଯ୍ୟାସ ବାହାରି ପାରିନି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ,କାହିଁକି ହତ୍ୟା ହେଲା ଏବେ ଯାଏଁ ଜଣା ପଡୁନାହିଁ। କ୍ରାଇମବ୍ରାଞ୍ଚ ସାମ୍ବାଦିକ ସମ୍ବିଳନୀ କରି ସତ କହୁ ଲୋକଙ୍କ ମନରେ ଥିବା ଦ୍ଵନ୍ଦ ଦୂର ହେବ,ଷଡଯନ୍ତ୍ର ସମ୍ପର୍କରେ ସ୍ୱୀକାର କରିଛନ୍ତି ସରକାର କିନ୍ତୁ ଏ ଦିଗରେ ଗୃହରାଷ୍ଟ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କିଛି କହିଲେ ନାହିଁ।
ଷଡଯନ୍ତ୍ର ସମ୍ପର୍କରେ ତଦନ୍ତ ହେଉଛି କିନ୍ତୁ ସରକାର ଲୁଚାଉଛନ୍ତି। ସେଥିପାଇଁ ସନ୍ଦେହ ବଢୁଛି,ସସପେକ୍ଟ କିଏ ? ବୋଲି କହିଛନ୍ତି ନରସିଂହ । ଏଥିସହ ଚାଷୀ ସମସ୍ୟା ଉତ୍କଟ କଥା ବି ଗୃହରେ ଉଠାଇବ କଂଗ୍ରେସ,ଅସତ୍ୟ ପରିବେଷଣ କରୁଛନ୍ତି ସରକାର। ଏବେ ଯାଏଁ ପୁରୀ ଅଘଟଣ ନିଆଁକୁ ଆୟତ୍ତ କରାଯାଇପାରିନାହିଁ,12 ଘଣ୍ଟାରୁ ଅଧିକ ସମୟ ହେଲାଣି ନିଆଁ କାବୁ ହେଇପାରିନାହିଁ। ବିଜ୍ଞାନ ଏତେ ଉନ୍ନତି କଲା ପରେ ବି ନିଆଁକୁ ଆୟତ୍ତ କରାଯାଇ ପାରିଲା ନାହିଁ। ରାଜ୍ୟସରକାରଙ୍କ ଚରମ ଅବହେଳା ଦେଖିବାକୁ ମିଳିଲା। ଏଥିସହ ଖଣି ଦୃନିତି, ଦରଦାମ ବୃଦ୍ଧି ଓ ବିଦ୍ୟୁତ କାଟ ବିଷୟରେ ଆଲୋଚନା ହେବ।