ଅତାବିରା NAC ନିର୍ବାଚନ ପ୍ରସଙ୍ଗ ନେଇ ନିର୍ବାଚନ କମିଶନ ନିକଟରେ ଫେରାଦ ହେଲା ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅତାବିରା NAC ରେ ନିର୍ବାଚନ ପ୍ରକ୍ରିୟା ଚାଲିଛି। ସ୍ଥାନୀୟ ୫ ନମ୍ବର ୱାର୍ଡରେ ପ୍ରାର୍ଥୀ ହୋଇଛି ରାଜୀବ କହଁର। ତାଙ୍କର ଜାତି ପ୍ରମାଣପତ୍ର ଏବଂ ପଟ୍ଟାରେ ଅଲଗା ଜାତି ଲେଖା ହୋଇଛି। ତେବେ ରାଜୀବ ନାମାଙ୍କନପତ୍ର ଦାଖଲ କରିଛନ୍ତି ସେଥିରେ ଅଲଗା ଜାତି ରହିଛି। ତହସିଲଦାର ତାକୁ ନାକଚ କରିଛନ୍ତି। ତା ସତ୍ତ୍ୱେ ମଧ୍ୟ ତାଙ୍କର ପ୍ରାର୍ଥୀପତ୍ର କାଏମ ରହିଛି। ଏହାକୁ ନେଇ ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କ ବିଧିବଦ୍ଧ ଭାବେ ଅଭିଯୋଗ କରାଯାଇଛି। କିନ୍ତୁ ନିର୍ବାଚନ କମିଶନ କହୁଛନ୍ତି ତଦନ୍ତ ଚାଲିଛି।

ଏହାକୁ ନେଇ ବିଜେପି ଉଠାଇଛି ପ୍ରଶ୍ନ। ବଡ଼ କଥା ଯଦି ଜଣେ ଭୁଲ ଜାତି ପ୍ରମାଣପତ୍ର ଦେଉଛି। ତହସିଲଦାର ନାକଚ ପରେ ତାଙ୍କ ପ୍ରାର୍ଥୀପତ୍ର ପୁଣି କାଏମ ରହୁଛି। ଏହାଠୁ ଦୁର୍ଭାଗ୍ୟଜନକ ବିଷୟ ଆଉ କିଛି ନାହିଁ। ଏ ଦିଗରେ ନିର୍ବାଚନ କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.