ଓଡିଆ ନ୍ୟୁଜ୍(ବ୍ୟୁରୋ): ସରିଲା ମାଟ୍ରିକ ପରୀକ୍ଷା । ଏପ୍ରିଲ୍ ୩ ତାରିଖରୁ ମାଟ୍ରିକ ଖାତା ମୂଲ୍ୟାୟନ ହେବ । ୫୬ଟି କେନ୍ଦ୍ରରେ ଖାତା ଦେଖାଯିବ । ପରୀକ୍ଷା କେନ୍ଦ୍ରରୁ ମୂଲ୍ୟାୟନ କେନ୍ଦ୍ରକୁ ଖାତା ଗୁଡ଼ିକ ସୁରକ୍ଷାରେ ଯିବ । ଆସନ୍ତା ୪୫ ଦିନ ମଧ୍ୟରେ ସଂପୂର୍ଣ୍ଣ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇ ପରୀକ୍ଷା ଫଳ ପ୍ରକାଶ ପାଇବ ।
ବୋର୍ଡ ସଭାପତି ରାମାଶିଶ ହାଜରା ଏହି ସୂଚନା ଦେଇଛନ୍ତି ।ଚଳିତ ବର୍ଷ ରାଜ୍ୟର ୩ ହଜାର ୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ମୋଟ ୫ ଲକ୍ଷ ୪୧ହଜାର ୨୪୭ ଜଣ ଛାତ୍ରଛାତ୍ରୀ। ଚଳିତ ଥର କପି ରୋକିବାକୁ କେନ୍ଦ୍ରୀୟ ସ୍କ୍ଵାଡ ଗଠନ କରାଯାଇଥିଲା । ସେଣ୍ଟର ଗୁଡିକରେ ସିସିଟିଭି କ୍ୟାମେରା ଲଗାଯାଇଥିଲା। ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ପରୀକ୍ଷା ।