ସାମ୍ପ୍ରଦାୟିକ ଫାସିବାଦ- କେନ୍ଦ୍ର ଓ ରାଜ୍ୟର ଜନବିରୋଧୀ ନୀତି ବିରୋଧରେ ସିପିଆଇର ବିକଳ୍ପ ସମାବେଶ,ବିଭିନ୍ନ ବିଷୟରେ ସରକାରଙ୍କ ନିକଟରେ ରଖିଲେ ଦାବି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାମ୍ପ୍ରଦାୟିକ ଫାସିବାଦ, କେନ୍ଦ୍ର ସରକାରଙ୍କ ଗଣତନ୍ତ୍ର ବିରୋଧୀ, ଜନ ବିରୋଧୀ ନୀତି ଓ ରାଜ୍ୟ ସରକାରଙ୍କ କୁଶାସନ ବିରୋଧରେ ନୂଆ ଓଡ଼ିଶା ଗଠନ ।ଇଁ ସିିଆଇ ବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ରାଜଧାନୀ ଭୁବନେଶ୍ୱରଠାରେ ଏକ ବିଶାଳ ‘ବିକଳ୍ପ ସମାବେଶ’ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ରାଜମହଲ ଛକଠାରୁ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ହଜାର ହଜାର ନରନାରୀ ଓ ବିଭିନ୍ନ ଗଣ ସଙ୍ଗଠନର କର୍ମୀ ଓ ନେତୃବର୍ଗଙ୍କର ଦଳୀୟ ଲାଲ୍ ପତାକା ଓ ଫେଷ୍ଟୁନ୍ ସୁଶୋଭିତ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ମାଷ୍ଟର କ୍ୟାଣ୍ଟିନ ଛକ ଅତିକ୍ରମ କରି ସମାବେଶ ସ୍ଥଳରେ ପହଞ୍ଚିଥିଲା।
ପୂବର୍ବତନ ବିଧାୟକ ନାରାୟଣ ରେଡ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ସିିଆଇର ଜାତୀୟ ସମ୍ପାଦକ ଡଃ ଭାଲଚନ୍ଦ୍ର କାଙ୍ଗୋ ଉଦ୍ବୋଧନ ଦେଇ କହିଲେ- କେନ୍ଦ୍ର ବିଜେପି ସରକାର କାହା ସ୍ୱାର୍ଥରକ୍ଷା କରୁଛି ତାହା ।ର୍ଲାମେଣ୍ଟର ଘଟଣାବଳୀରୁ ଜଣାଡ଼େ । ଆଦାନୀ କେଳେଙ୍କାରୀର ଜେପିସି ତଦନ୍ତ ଦାବିକୁ ଭଣ୍ଡୁର କରିବା ।ଇଁ ଶାସକ ବିଜେି ।ର୍ଲାମେଣ୍ଟକୁ ଅଚଳ କରୁଛି । ମୋଦିଙ୍କ ୯ ବର୍ଷର ଶାସନରେ ଭୋକିଲା ମଣିଷଙ୍କ ସଂଖ୍ୟା ୩୫ କୋଟିରେ ପହଞ୍ôଚଥିବାବେଳେ ପୁଞ୍ଜିପତିମାନଙ୍କ ସମ୍ପତ୍ତି ୯୦ ଗୁଣ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ଫାସିଷ୍ଟ ଆଦର୍ଶରେ ବିଶ୍ୱାସ କରୁଥିବା ସଂଘ ପରିବାର ଦ୍ୱାରା ପରିଚାଳିତ । ଏହି ସାମ୍ପ୍ରଦାୟିକ ଫାସିବାଦୀମାନେ ସରକାରଙ୍କ ପ୍ରୋତ୍ସାହନରେ ଦେଶ ସାରା ଘୃଣା ଓ ବିଦ୍ୱେଷର ମଞ୍ଜି ବୁଣିଚାଲିଛନ୍ତି ଏବଂ ଅନ୍ୟପକ୍ଷରେ କେନ୍ଦ୍ର ସରକାର ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ କ୍ଷୁଣ୍ଣ କରିବାରେ ଲାଗିିଛନ୍ତି । ଏହାର ପ୍ରତିକାର ପାଇଁ ସମସ୍ତ ବାମ ଗଣତାନ୍ତ୍ରିକ ଓ ଧର୍ମ ନିରପେକ୍ଷ ଶକ୍ତି ଐକ୍ୟବଦ୍ଧ ହେବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ସମାବେଶର ପ୍ରାରମ୍ଭରେ ସିିଆଇର ଜାତୀୟ ରିଷଦ ସଭ୍ୟ କ୍ଷୀରୋଦ ସିଂହଦେଓ ପ୍ରାରମ୍ଭିକ ସୂଚନା ଦେବା ପରେ ସିିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ ଉଦ୍ବୋଧନ ଦେଇ କହିଲେ- ବିୁଳ ପ୍ରାକୃତିକ ସମ୍ପଦ ସତ୍ତ୍ୱେ ଓଡ଼ିଶା ଗରିବ ରାଜ୍ୟ । ଚାଷୀମାନେ ଧାନମଣ୍ଡିରେ ରାତି ଅନିଦ୍ରା ହୋଇ ଧାନ ବିକ୍ରି କରିାରୁ ନାହାନ୍ତି । ଲକ୍ଷ ଲକ୍ଷ ଓଡ଼ିଆ ଯୁବକ କାମଧନ୍ଦା ନ ପାଇ ରାଜ୍ୟ ବାହାରକୁ ଚାଲିାଉଛନ୍ତି । ମହିଳା, ଶିଶୁ, ଦଳିତ ଓ ଆଦିବାସୀଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ଓଡ଼ିଆ ଆଗୁଆ । ଏଣୁ ଏସବୁର ପ୍ରତିକାର କରି ନୂଆ ଓଡ଼ିଶା ଗଠନ ପାଇଁ ୧୮ ଦଫା କର୍ମସୂଚୀ ଉପରେ ଆଜିର ଏ ବିକଳ୍ପ ସମାବେଶ ସଙ୍ଗଠିତ ହେଉଛି ।
ସିିଆଇର ଜାତୀୟ ପରିଷଦ ସଭ୍ୟ ଆଶିଷ କାନୁନ୍ଗୋ, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ପ୍ରଶାନ୍ତ ମିଶ୍ର, ଅଶୋକ ଦାଶ, ପ୍ରଶାନ୍ତ ପାଟ୍ଟଯୋଷୀ, ଜୟନ୍ତ ଦାସ, ପ୍ରକାଶ ପାତ୍ର ଓ ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକ କହିଲେ- ବିଜେଡିର ନରମ ମନୋଭାବ ଫଳରେ ସାମ୍ପ୍ରଦାୟିକ ଶକ୍ତିମାନେ ଓଡ଼ିଶାରେ କାୟା ବିସ୍ତାର କରି ଚାଲିଛନ୍ତି । ଏଣୁ “ବିଜେି ହଟାଅ, ଦେଶ ବଞ୍ଚାଅ” ସହିତ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ମଧ୍ୟ ସଂଗ୍ରାମ ଚଳାଇବାକୁ ହେବ ।
ଅନ୍ୟମାନଙ୍କ ମଧ୍ୟରେ ଏଆଇଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ଉତ୍କଳ ମହିଳା ସମିତିର ସାଧାରଣ ସମ୍ପାଦିକା ଜିନ୍ମୟୀ ସାହାଣୀ, ବିକେଏମ୍ୟୁ ରାଜ୍ୟ ସମ୍ପାଦକ ସୁର ଜେନା, ଅଖିଳ ଭାରତ ଯୁବସଂଘର ରାଜ୍ୟ ସଭାତି ପ୍ରଦୀ ସେଠୀ ଓ ଏଆଇଏସଏଫର ରାଜ୍ୟ ସଭାତି ସଂଘମିତ୍ରା ଜେନା ସମାବେଶରେ ଉଦ୍ବୋଧନ ଦେଇ ବିଭିନ୍ନ ସମସ୍ୟା ଉରେ ଆଲୋଚନା କରିଥିଲେ ।
ଯେଉଁ ୧୮ ଦଫା କର୍ମସୂଚୀ ଉପରେ ଏହି ରାଜ୍ୟସ୍ତରୀୟ ବିକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା, ସେସବୁ ମଧ୍ୟରେ- ଧାନ କୁଇଣ୍ଟାଲ ୩ହଜାର ଟଙ୍କା ର୍ଧ୍ୟା କରିବା; ଭାଗଚାଷୀଙ୍କୁ ମାନ୍ୟତା;ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ସମସ୍ତ ଜମିକୁ ଜଳସେଚନ; ପଣ୍ୟ, ଜଙ୍ଗଲ ଓ କୃଷି ଭିତ୍ତିକ କାରଖାନା ପ୍ରତିଷ୍ଠା କରି ନିଯୁକ୍ତି ସୃଷ୍ଟି, କୁଟୀରଶିଳ୍ପକୁ ପ୍ରୋତ୍ସାହନ, ୨୦୦ ୟୁନିଟ୍ ର୍ଯ୍ୟନ୍ତ ମାଗଣା ବିଜୁଳି, ସମସ୍ତ ଯୁବକ-ଯୁବତୀଙ୍କୁ ଚାକିରି ନଚେତ୍ ବେକାରୀ ଭତ୍ତା; ଠିକା ପ୍ରଥା ବନ୍ଦ କରି ସ୍ଥାୟୀ କାମ ପାଇଁ ସ୍ଥାୟୀ ନିୁକ୍ତି ଓ ସମସ୍ତ ଶୂନ୍ୟସ୍ଥାନ ପୂରଣ; ସ୍କିମ୍ ୱାର୍କରମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା; ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା; ଶିକ୍ଷା ଓ ସ୍ୱାସ୍ଥ୍ୟର ବ୍ୟବସାୟୀକରଣ ବନ୍ଦ; ମୂଲିଆମାନଙ୍କୁ ବର୍ଷ ସାରା କାମ, ମନରେଗାରେ ଦୈନିକ ମଜୁରି ୭୦୦ ଟଙ୍କା; ୫୫ ବର୍ଷର ସମସ୍ତଙ୍କ ପାଇଁ ୫ ହଜାର ପେନସନ; ନାରୀ ନିନସନ; ନାରୀ ନିର୍ଯାତନା ବନ୍ଦ ଓ ମହିଳାଙ୍କୁ ସମାନ ଅଧିକାର; ଦଳିତଙ୍କ ଉପରେ ଶୋଷଣ ଓ ଆକ୍ରମଣ ବନ୍ଦ; ଜଙ୍ଗଲ ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ଆଦିବାସୀଙ୍କ ଅଧିକାର; ଭୂମିହୀନ ଓ ଗରିବଙ୍କୁ ଦଖଲ ଜମିର ଟ୍ଟା, ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରାଇବା; ଶ୍ରମିକ ବିରୋଧୀ ୪ ଲେବର କୋଡ୍ ଓ ନୂତନ ଶିକ୍ଷାନୀତି ବନ୍ଦ, ଦରଦାମ୍ ନିୟନ୍ତ୍ରଣ ପାଇଁ କଠିନ ପଦକ୍ଷେ ଓ ସବୁଜପତ୍ରିକାଧାରୀଙ୍କୁ ୧ହଜାର ଭତ୍ତା ଅନ୍ତର୍ଭୁକ୍ତ ।