ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନରେନ୍ଦ୍ର ମୋଦି ନେତୃତ୍ୱାଧିନ ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ପରଠାରୁ ଲଗାତର ଭାବରେ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୋଇଛି । ବିଜେପି ସରକାର ଏବଂ ଏହାର ନେତୃବୃନ୍ଦ କ୍ରମାଗତ ଭାବରେ ସମ୍ବିଧାନକୁ ଆକ୍ରମଣ କରିଚାଲିଛନ୍ତି । ବ୍ୟକ୍ତି ସ୍ୱାଧୀନତା ଏବଂ ସମ୍ବିଧାନ ପ୍ରଦତ ମୌଳିକ ଅଧିକାରକୁ ବଳପୂର୍ବକ ଭାବେ କ୍ଷୂର୍ଣ୍ଣ କରି ଦିଆଯାଉଛି । ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପ୍ରତିମୂହୁର୍ତରେ କ୍ଷମତା ଅହଂକାରରେ ଦଳି ଚକଟି ଦିଆଯାଉଛି । ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୌତମ ଆଦାନୀଙ୍କ ମଧ୍ୟରେ ଥିବା ସପଂର୍କ ବିଷୟରେ ଦେଇଥିବା ବକ୍ତବ୍ୟକୁ ସଂସଦ ରେକର୍ଡରୁ କାଟି ଦିଆଯାଇଛି ଏବଂ ତାଙ୍କ ସ୍ୱରକୁ ଚାପି ଦେବାପାଇଁ ଲୋକ ସଭା ସଭ୍ୟପଦରୁ ରଦ୍ଦ କରାଯାଇଛି । ଯାହାକି ସଂସଦୀୟ ଗଣତନ୍ତ୍ର ପ୍ରତି ଘୋର ବିପଦ ।
ଗଣତନ୍ତ୍ରର ସୁରକ୍ଷା ଓ ଦେଶ ବଂଚାଅ ଦାବିରେ ଆଜି କଂଗ୍ରେସ ସମେତ ରାଜ୍ୟର ବହୁ ରାଜନୈତିକ ଦଳର ପ୍ରତିନିଧିଙ୍କ ପକ୍ଷରୁ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜଭବନ ଠାରେ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ବିଭିନ୍ନ ଦଳର ଶହଶହ ନେତୃବୃନ୍ଦ ଓ କର୍ମୀ ସର୍କିଟ ହାଉସ ଠାରୁ ଏକ ପଦଯାତ୍ରାରେ ଗଣତନ୍ତ୍ର ବଂଚାଅ, ଦେଶ ବଂଚାଅ ଏବଂ ରାହୁଲ ଗାନ୍ଧୀ ଜିନ୍ଦାବାଦ ନାରା ଦେଇ ରାଜଭବନ ପର୍ଯ୍ୟନ୍ତ ଯାଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ନେତୃବର୍ଗଙ୍କ ସମେତ ସିପିଆଇ, ସିପିଆଇ (ଏମ), ଅଲଇଣ୍ଡିଆ ଫରୱାର୍ଡ ବ୍ଲକ, ସିପିଆଇ ଏମଏଲ (ଲିବରେସନ), ସିପିଆଇଏମଏଲ (ରେର୍ଡଷ୍ଟାର),ଏନସିପି, ସମାଜବାଦିପାର୍ଟି, ଆରଜେଡି, ଆମଆଦିମପାର୍ଟି, ସମୃଦ୍ଧ ଓଡ଼ିଶା, ଆରପିଆଇର ଶିର୍ଷ ନେତୃବୃନ୍ଦ ଓ କର୍ମକର୍ତା ସର୍ବଶ୍ରୀ ଅଭୟ ସାହୁ, ଆଶିଶ କାନୁନଗୋ, ଅଳିକିଶୋର ପଟ୍ଟନାୟକ, ସୁରେଶ ପାଣିଗ୍ରାହୀ, ସୁର ଜେନା, ଜ୍ୟୋତି ରଞ୍ଜନ ମହାପାତ୍ର, ଯୁଧିଷ୍ଠୀର ମହାପାତ୍ର, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପ୍ରମିଳା, ରବି ବେହେରା, ସୁଦର୍ଶନ ପ୍ରଧାନ, ହେମନ୍ତ କୁମାର, ରଙ୍ଗା ଚରଣ ପ୍ରଧାନ, ଯତୀଶ ମହାନ୍ତି, ସେକ୍ ଅବଦୁଲ ୱାଲି, ବଂଶୀଧର ପରିଡ଼ା, ବିଷ୍ଣୁ ମହାନ୍ତି, କଂଗ୍ରେସ ନେତା ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସମେତ ନିରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଂଟିଆ, ତାରାପ୍ରସାଦ ବାହିନୀପତି, ବିଜୟ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ଅଧିରାଜ ମୋହନ ପାଣିଗ୍ରାହୀ, ଶିବାନନ୍ଦ ରାୟ, ଜଗନ୍ନାଥ ପଟ୍ଟନାୟକ, ଗଣେଶ୍ୱର ବେହେରା, ଯୁଧିଷ୍ଠୀର ଜେନା, ଅମର ନାଥ ପ୍ରଧାନ, ଶୁଭେନ୍ଦୁ ମହାନ୍ତି, ବନ୍ଦିତା ପରିଡ଼ା, ଅମୀୟ କୁମାର ପଟ୍ଟନାୟକ, ରବିନ୍ଦ୍ର କୁମାର ମଲ୍ଲିକ, ଡ. ଲଲାଟେନ୍ଦୁ ମହାପାତ୍ର, ହଳଧର କାର୍ଜି, ମନୋରଞ୍ଜନ ଦାଶ, ବିଶ୍ୱଜିତ୍ ଦାଶ, ପ୍ରକାଶ ଜେନା, ଲିଙ୍ଗରାଜ ସାହୁ, ସସ୍ମିତା ବେହେରା, ବାଙ୍କନିଧି ବେହେରା, ବିସ୍ମୟ ମହାପାତ୍ର, ରଜନୀ ମହାନ୍ତି, ସୁଶାନ୍ତ ତ୍ରିପାଠୀ, ନରୋତମ ନାୟକ, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ୍ୟ, ଦୀପକ ମହାପାତ୍ର, ସଂକୁନା କହଁର, ସନ୍ଧ୍ୟା ମହାପାତ୍ର, କନକ ମଲ୍ଲିକ, ଜାନକୀ ମଲ୍ଲିକ, ଚୌଧୁରୀ ସ୍ନେହଲତା ରାୟ, ତ୍ରିଲୋଚନ ମହାନ୍ତି, କୁସୁମ ପ୍ରଧାନ, ଗୀତାଞ୍ଜଳି ମହାନ୍ତି, ରାଜୀବ ପଟ୍ଟନାୟକ, ଜିତୁ ପଣ୍ଡା, ତରୁଣ ମିଶ୍ର, ଅଶୋକ ଦାସ, ସୁବତ୍ର ମହାପାତ୍ର, ସ୍ୱାଗତିକା ପଟ୍ଟନାୟକ, ମଧୁମିତା ଆଚାର୍ଯ୍ୟ, ଖଗେଶ୍ୱର ମଲ୍ଲିକ, ରାଜକିଶୋର ବାରିକ, ଜୟକୃଷ୍ଣ ସୁବୁଦ୍ଧି, ମନୋରଞ୍ଜନ ରାଉତରାୟ, ଜୟଶ୍ରୀ ପାତ୍ର, ପ୍ରଭାତ ପ୍ରତାପ ସିଂ, ରସିକ ପଟ୍ଟନାୟକ, ଜମ୍ବେଶ୍ୱର ମଲ୍ଲିକ, ଏମଡି ସାହାଦୁଲ୍ଲା, ପ୍ରଶନ୍ନ ପାଇକରାୟ, କୁଳମଣି ସାହୁ, ସନ୍ଧ୍ୟାରାଣୀ ସାହୁ, ବସନ୍ତ ପଣ୍ଡା, ପ୍ରକାଶ ନନ୍ଦ, ଛବି ମହାନ୍ତି ପ୍ରମୁଖ ବହୁ ନେତୃବୃନ୍ଦ ଯୋଗଦେଇଥିଲେ ।