ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ସାଇବର ସୁରକ୍ଷା କ୍ଷେତ୍ରରେ ହେବେ ସଚେତନ, କମିଶନରେଟ ପୋଲିସ ସହ ଓକାକ ସଂସ୍ଥାର ହେଲା ବୁଝାମଣା ପତ୍ର ସ୍ବାକ୍ଷର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଭୁବନେଶ୍ବର ଠାରେ ଥିବା ପୁଲିସ କମିଶନରଙ୍କ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଏକ  ଗୁରୁତ୍ବପୂର୍ଣ୍ଣ ବୈଠକରେ ଓକାକ ସଂସ୍ଥାର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଭାଗ, ଓଡ଼ିଶା ସରକାର ଏବଂ ଦ୍ଵୈତ ନଗରୀର ପୁଲିସ କମିଶନର  ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇପିଏସଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଯାଇଛି । ଏହି ବୁଝାମଣା ପତ୍ର ଦ୍ବାରା କମିଶନରେଟ ପୁଲିସ ଅଞ୍ଚଳରେ ଥିବା ସମସ୍ତ ସ୍କୁଲ, କଲେଜର ଛାତ୍ର ଛାତ୍ରୀ ମାନେ ସାଇବର ସୁରକ୍ଷା କ୍ଷେତ୍ରରେ ସଚେତନ ହୋଇପାରିବେ।

ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ଅଭିଯାନ ନିମନ୍ତେ ଦରକାର ହେଉଥିବା ପୃଷ୍ଠଭୂମି, ବିଭିନ୍ନ ଭିଡିଓ ସାମଗ୍ରୀ, ସୋସିଆଲ ମିଡିଆ ଜନିତ ସଚେତନତା କାର୍ଯ୍ୟକ୍ରମ ଲାଗି ଦରକାର ହେଉଥିବା ଯୋଗାଯୋଗ ସାମଗ୍ରୀ (ପୋଷ୍ଟର, ଇମେଲ, ସମ୍ବାଦ ଚିଠି) ଇତ୍ୟାଦି ଯଥେଷ୍ଟ ମାତ୍ରରେ ଉପଲବ୍ଧ ହୋଇପାରିବ ।

ଓକାକ ସଂସ୍ଥା ଛାତ୍ରଛାତ୍ରୀ ମାନଙ୍କ ପାଇଁ ସାଇବର ସୁରକ୍ଷା ଉପରେ ହାକାଥନ୍ ବ୍ୟବସ୍ଥା କରିବାରେ ସହାୟକ ହେବା ସହିତ ଏକ ସାଇବର ସୁରକ୍ଷା ସଚେତନତା ପୋର୍ଟାଲ୍ ବିକାଶ କରିବାରେ ମଧ୍ୟ ସହାୟ ହୋଇପାରିବ, ତାସହିତ ପୁଲିସ କର୍ମଚାରୀଙ୍କୁ ମଧ୍ୟ ସାଇବର ସମ୍ବନ୍ଧୀୟ ବିଭିନ୍ନ ତାଲିମ ଦେବାରେ ସହାୟ ହୋଇପାରିବ ।

 

Leave A Reply

Your email address will not be published.