ସ୍ୱାମୀକୁ ଶଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ, ନ୍ୟାୟ ଦାବିରେ ଏସପି ଅଫିସ ସମ୍ମୁଖୀରେ ଧାରଣା !

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭଦ୍ରକ ଜିଲ୍ଲା ପିରହାଟ ଥାନା ଅନ୍ତର୍ଗତ ସିନ୍ଦୋଳ ପଂଚାୟତ ଅରୁଆ ଗ୍ରାମର କମଳା କାନ୍ତ ବେହେରା ଙ୍କ ପୁଅ ହୂରସିକେଶ ବେହେରା ଦୀର୍ଘ 8ବର୍ଷ ହବ କେନ୍ଦ୍ରାପଡ଼ା ଜିଲ୍ଲାର ବଲୁରିଆ ଗ୍ରାମର ପୁର୍ଣଚନ୍ଦ ବେହେରା ଙ୍କ ଝିଅ ସୁଜାତା ବେହେରାଙ୍କୁ ବିବାହ କରିଥିଲେ ! ବିବାହର ଦୀର୍ଘଦିନ ବିତିଯିବା ପରେ ସ୍ଵାମୀ ହୂରସିକେଶ ଙ୍କ କିଡନୀ ରୋଗ ଦେଖିବାକୁ ପାଇଥିଲେ ସ୍ତ୍ରୀ , ପରେ ସ୍ତ୍ରୀ ସୁଜାତା ଗତ ଜାନୁୟାରୀ ୨୨ ତାରିଖ ଦିନ ନିଜ ବାପ ଘରକୁ ପଇସା ପାଇ ଯାଇଥିଲେ। କିନ୍ତୁ ହଟାତ୍ ସେହି ଦିନ ରାତିରେ ତାଙ୍କ ସ୍ବାମୀଙ୍କର ମୃତ ଖବର ପଡୋଶୀ ଙ୍କ ଠାରୁ ଶୁଣିବାକୁ ପାଇଥିବା କଥା କହିଛନ୍ତି ସ୍ତ୍ରୀ ସୁଜାତା।

ଶୁଣିବା ପରେ ଶଶୁର ଆସି ସ୍ତ୍ରୀ ସୁଜାତା ପହଞ୍ଚିଥିଲେ। କିନ୍ତୁ ତାଙ୍କ ସ୍ଵାମୀ ଙ୍କୁ ଶଶୁର ଘର ଲୋକେ ଦେଖିବାକୁ ନ ଦେବା ଶୁଦ୍ଧି ନ କରିବା ଓ ଆଗରୁ ମଧ୍ୟ୍ୟ ତାଙ୍କୁ ଚିକିତ୍ସା କରୁନଥିବ, ଜୀବନରୁ ମାରିଦେବା ମଧ୍ୟ ପଛାଉନ ଥିବା କଥା କହି, ଏବେ ମୁଁ ମୋ ବାପ ଘରକୁ ଯାଇଥିବାରୁ ସେମାନେ ମୋ ସ୍ୱାମୀ ଙ୍କୁ ମାରିଦେଇଛନ୍ତି ବୋଲି ଅଭିଯୋଗ କରି ନ୍ୟାୟ ନ ପାଇ ଏସପି ଅଫିସ ସମ୍ମୁଖରେ ଧାରଣାରେ ବସିଛି ସ୍ତ୍ରୀ ସୁଜାତା। ତେବେ ଦେଖିବାକୁ ବାକି ରହିଲା କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ।

Leave A Reply

Your email address will not be published.