ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ବନ୍ଦ ହେବନି ଝଡ ବର୍ଷା,୨୪ ଘଣ୍ଟା ଯାଏଁ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବନ୍ଦ ହେବନି ଝଡ ବର୍ଷା। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ପ୍ରବଳ ବର୍ଷା ସହ ଘାଣ୍ଟିବ ଝଡ ତୋଫାନ। ୨୪ ଘଣ୍ଟା ଯାଏଁ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ। ବେହାଲ ହେବ ଉତ୍ତର ଏବଂ ଉପକୂଳ ଓଡ଼ିଶା। ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ବହିବ ପବନ। ପ୍ରବଳ କୁଆପଥର ବର୍ଷା ନେଇ ସତର୍କ କରାଇଲା ପାଣିପାଗ କେନ୍ଦ୍ର। ଏପ୍ରିଲ ୨ ରେ ଆସୁଛି ଆଉ ଏକ ପଶ୍ଚିମା ଝଡ। ସାରା ରାଜ୍ୟରେ ଏବେ ବଦଳି ଯାଇଛି ପାଣିପାଗର ମିଜାଜ୍। କେତେବେଳେ ଟ୍ରପ୍ ଲାଇନ୍ ପ୍ରଭାବରେ ତ ପୁଣି କେବେ ପଶ୍ଚିମା ଝଡ ପ୍ରଭାବରେ ହେଉଛି ପ୍ରବଳ ଝଡ ବର୍ଷା।

ପଶ୍ଚିମବଙ୍ଗରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରପଲାଇନ୍ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଥିବା ବେଳେ ଆସନ୍ତା କାଲି ପର୍ଯ୍ୟନ୍ତ ୧୨ ଜିଲ୍ଲାକୁ ଅରେଞ୍ଜ ଏବଂ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିଭଳି ଏପ୍ରିଲ ୧ ତାରିଖ ଦିନ ଘଡଘଡି ବିଜୁଳି ସହ ବର୍ଷା ନେଇ ୧୭ ଜିଲ୍ଲାକୁ ସତର୍କତା ଜରି କରାଯାଇଛି। ପ୍ରବଳ ବର୍ଷା ସହ ବିପଦପୂର୍ଣ୍ଣ ଘଡଘଡି ବିଜୁଳି ପାଇଁ ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଜଗତସିଂହ ପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Leave A Reply

Your email address will not be published.