ଓଡ଼ିଆ ନ୍ୟୁଜ (ବ୍ୟୁରୋ ) : ସୁନା ଗହଣାକୁ ନେଇ ସରକାର ନୂଆ ଆଦେଶ ଦେଇଛନ୍ତି । ସୁନା ଗହଣା ସମସ୍ତଙ୍କର ପସନ୍ଦ । ବିଶେଷ କରି ମହିଳା ମାନେ ସୁନା ଗହଣା ପିନ୍ଧିବାକୁ ଅଧିକ ପସନ୍ଦ କରିଥାଆନ୍ତି । କିନ୍ତୁ ଏବେ ସୁନା ଗହଣା ପ୍ରେମୀଙ୍କୁ ଚିନ୍ତାରେ ପକାଇ ଦେଇଛି ସରକାରଙ୍କ ଆଦେଶ ।
୧୬ ହଜାର ବଣିଆଙ୍କୁ ଆଉ ମାତ୍ର ତିନି ମାସ ସମୟ ମିଳିଛି । ଜୁନ୍ ମାସର ଶେଷ ପର୍ଯ୍ୟନ୍ତ ପୁରୁଣା ଘୋଷିତ ହଲମାର୍କ ସୁନା ଅଳଙ୍କାର ବିକ୍ରୟ କରିବାକୁ ଅନୁମତି ଦେଇଛନ୍ତି ସରକାର । ଏନେଇ ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତୀ ଅନୁଯାୟୀ, ଯେଉଁ ଜୁଏଲର୍ସମାନେ ପୂର୍ବରୁ ସେମାନଙ୍କର ପୁରୁଣା ହଲମାର୍କ ଅଳଙ୍କାରର ଷ୍ଟକ୍ ଘୋଷଣା କରିଥିଲେ, ସେମାନଙ୍କୁ ବିକ୍ରୟ କରିବା ପାଇଁ ଜୁନ୍ ୩୦,୨୦୨୩ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏହା ପରେ ସେମାନେ ପୁରଣା ହଲ୍ମାର୍କ ସୁନା ବିକ୍ରି କରିପାରିବେ ନାହିଁ ବୋଲି କୁହାଯାଇଛି ।
ମନ୍ତ୍ରଣାଳୟର ଅତିରିକ୍ତ ସଚିବ ନିଧି ଖାରେ କହିଛନ୍ତି ଯେ, ଦେଶରେ ୧.୫୬ ଲକ୍ଷ ପଞ୍ଜୀକୃତ ଜୁଏଲର୍ ଅଛନ୍ତି, ସେଥିମଧ୍ୟରୁ ୧୬ହଜାର ଜୁଏଲର୍ସ ଚଳିତ ବର୍ଷ ଜୁଲାଇ ୧ ରେ ସେମାନଙ୍କର ପୁରୁଣା ହଲମାର୍କ ହୋଇଥିବା ଅଳଙ୍କାର ପ୍ରକାଶ କରିଛନ୍ତି । ବର୍ତ୍ତମାନ ତାଙ୍କୁ ତିନି ମାସର ଅତିରିକ୍ତ ସମୟ ଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ହେଉଛି ଶେଷ ସମୟ ସୀମା । ଏହା ପରେ ପୁରୁଣା ଷ୍ଟକ୍ ସଫା କରିବାକୁ ଆଉ ସମୟ ଦିଆଯିବ ନାହିଁ ବୋଲି କୁହାଯାଇଛି ।