ଆକାଶ ଛୁଆଁ ହୋଇପାରେ ଡାଲି ଦର, ୧୫୦ଟଙ୍କା ଟପିବ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ ): ଡାଲି ଉପରେ ହୋଇପାରେ ମହଙ୍ଗା ମାଡ । ୧୫୦ ଟଙ୍କା ଟପିପାରେ ଡାଲି ଦର । ହରଡ, ବୁଟ ଫସଲ ପ୍ରଭାବିତ ହେବା କାରଣରୁ ଦର ବୃଦ୍ଧି ହେବାର ଆଶଙ୍କା କରାଯାଉଛି । କର୍ଣ୍ଣାଟକ, ମହାରାଷ୍ଟ୍ର, ଛତିଶଗଡରେ ଦେଶ ହରଡ ଓ ବୁଟ ଡାଲି ଉତ୍ପାଦନ ଚଳିତବର୍ଷ ହ୍ରାସ ପାଇଛି । ଅଦିନିଆ ବର୍ଷା ଓ ପୋକ ଯୋଗୁ ଆଶାନୁରୂପ ଫସଲ ହୋଇନି । ତେଣୁ ଡାଲି ପାଇଁ ଭାରତ ବାହାର ରାଜ୍ୟ ମିଆଁମାର, ବାଂଲାଦେଶ, ଦକ୍ଷିଣ ଆଫ୍ରିକା ଉପରେ ନିର୍ଭର କରିବ । ତେଣୁ ହରଡ ଡାଲି ଦର ବୃଦ୍ଧି ପାଇବା ଆଶଙ୍କା ଦେଖା ଦେଇଛି । ସୂଚନା ଅନୁଯାୟୀ, ଦୈନିକ ୨୦୦ ଟନ ହରଡ ଓ ବୁଟ ଡାଲି ମାଲଗୋଦାମ ଆମଦାନୀ କରୁଛି ।

ପୂ୍‌ର୍ବରୁ ଏହାକୁ ମାଲଗୋଦାମ ଉତ୍ତରପ୍ରଦେଶର କାନପୁର ଓ ଆନ୍ଧ୍ରରୁ ଆମଦାନୀ କରୁଥିଲା । ପରେ ମହାରାଷ୍ଟ୍ର, ଛତିଶଗଡରୁ ଆମଦାନୀ କଲା । ତେବେ ଛତିଶଗଡ ଓଡ଼ିଶା ସୀମାବର୍ତ୍ତୀ ରାଜ୍ୟ ହୋଇଥିବାରୁ ଏଠାରୁ ବେଶି ଆମଦାନୀ କରୁଛି । ହେଲେ ସଠାରେ ଏବର୍ଷ ଡାଲି ଚାଷ ଭଲ ହୋଇ ନ ଥିବାରୁ ଓଡ଼ିଶାର ଚିନ୍ତା ବଢିଛି ।

କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଛତିଶଗଡରେ ହରଡ ଓ ବୁଟ ଉଭୟ ଫସଲରେ ବ୍ୟାପକ କ୍ଷତି ହୋଇଛି । ତେଣୁ ଦେଶି ଡାଲି ନୁହେଁ ବିଦେଶୀ ଡାଲି ଚାହିଦା ମେଣ୍ଟାଇବ । ଫଳରେ ଦର ବୃଦ୍ଧି ପାଇ ୧୫୦ ଟଙ୍କା ଟପିବ ବୋଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି । ବର୍ତ୍ତମାନ ହରଡ ଡାଲି କିଲୋ ପିଛା ଦର ୧୧୧ରୁ ୧୨୦ ଟଙ୍କା ଥିବାବେଳେ ବୁଟ ଡାଲି ଦର ୬୧ରୁ ୬୫ ଟଙ୍କା ମଧ୍ୟରେ ରହିଛି । ତେବେ ଡାଲି ଦର ବଢିଲେ ଖାଉଟି ମାନେ ଅଧିକ ଅସୁବିଧାର ସମ୍ମୁଖୀନ ହେବେ ।

Leave A Reply

Your email address will not be published.