ଓଡ଼ିଆ ନ୍ୟୁଜ (ବ୍ୟୁରୋ ) : ଆଇପିଏଲ ଷଷ୍ଠ ମୁକାବିଲାରେ ଆଜି ୨ ହାଇ ପ୍ରୋଫାଇଲ ଟିମଙ୍କ ମଧ୍ୟରେ ଲଢେଇ ହେବ । ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସକୁ ପରାଜୟ ସାମ୍ନା କରିବାକୁ ପଡିଥିଲା।
ଆଜି ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ମଧ୍ୟରେ ଦେଖିବାକୁ ମିଳିବ ଲଢେଇ । ପ୍ରଥମ ମ୍ୟାଚ୍ ଜିତିଥିବା ଲକ୍ଷ୍ନୌର ମନୋବଳ ଦୃଢ ରହିଛି । ଅନ୍ୟପଟେ ଧୋନୀ ବାହିନୀ ଦମଦାର କମବ୍ୟାକ୍ କରିବାକୁ ପ୍ରସ୍ତୁତ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଲୋକେସ ରାହୁଲଙ୍କ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ।
ବ୍ୟାଟିଂ କରିବ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର୍ କିଙ୍ଗସ । ଆଜି ଚେନ୍ନାଇ ସୁପର କିଂଗ୍ସର ପ୍ରଦର୍ଶନ କିପରି ରହିବ, ତା ଉପରେ ସମସ୍ତଙ୍କ ନଜର ।