କମିଲା ସୁନା ଓ ରୁପା ଦର, ଶୀଘ୍ର କିଣି ନିଅନ୍ତୁ

0

ବନେଶ୍ୱର : କମିଲା ସୁନା ଦର । ଦେଶରେ ଆଜି ଅର୍ଥାତ ଏପ୍ରିଲ ୩ରେ ସୁନା ଓ ରୁପା ମୂଲ୍ୟରେ ହ୍ରାସ ଘଟିଛି । ବିଗତ କିଛି ଦିନରେ ସୁନା ରୁପା ଭଳି ଧାତୁ ମୂଲ୍ୟରେ ବୃଦ୍ଧି ଦେଖାଯାଉଥିଲା । କିନ୍ତୁ ଆଜି ଏଥିରେ ହ୍ରାସ ରେକର୍ଡ କରାଯାଇଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ହ୍ରାସ ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି ।

ଗତକାଲି ଅର୍ଥାତ ରବିବାର ବଜାରର ବନ୍ଦ ଥିଲା । ଏହି କାରଣ ଗତକାଲି ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ କୌଣସି ପରିବର୍ତ୍ତନ ଘଟି ନଥିଲା । ସେପଟେ ଆଜି ୨୪ କ୍ୟାରେଟ ୧୦ ସୁନା ଦରରେ ୩୩୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୫୯,୬୯୦ ଟଙ୍କାରେ ପହଞ୍ଚିଛି । ଯାହା ଗତକାଲି ଏହାର ମୂଲ୍ୟ ୬୦,୦୦୦ ଟଙ୍କା ଥିଲା ।

ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୩୦୦ ଟଙ୍କାର ହ୍ରାସ ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୫୪,୭୦୦ ଟଙ୍କାରେ ଖସି ଆସିଛି । ଯାହା ଗତକାଲି ଏହାର ମୂଲ୍ୟ ୫୫,୦୦୦ ଟଙ୍କା ଥିଲା । ସୁନା ଦର ହ୍ରାସ ପାଇଥିବାରୁ ଗ୍ରାହକଙ୍କୁ ଆଶ୍ବସ୍ତି ମିଳିଛି ।

Leave A Reply

Your email address will not be published.