ଝାରସୁଗୁଡ଼ା: ସମର୍ଥର ମର୍ଡର ପରେ ଅମିତ ଶର୍ମା କରୁଛି କି ଅନୁତାପ? ବାଥରୁମର ଦର୍ପଣର କାଚ ଭାଙ୍ଗି କଲା ଆତ୍ମହତ୍ୟା ଉଦ୍ୟମ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ); କଣ ପାଇଁ ସମର୍ଥ ଙ୍କୁ ଅପହରଣ କରିଥିଲା? ହେଲେ କଣ ହୋଇଗଲା? ସମର୍ଥର ହତ୍ୟା ପରେ ମନ ବଦଳିଗଲା ଅମିତର? ଅମିତ ର ପରିବାରଙ୍କୁ ମିଳୁଛି କି ସାମାଜିକ ଯନ୍ତ୍ରଣା? ଆଜି sdjm କୋର୍ଟରେ ରିମାଣ୍ଡ ସରିବା ପରେ କଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅମିତ?
ଝାରସୁଗୁଡା ନାବାଳକ ପୁଅ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ଏବଂ ପରେ ନିର୍ମମ ହତ୍ୟା ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମା ଙ୍କର ଆଜି ଥିଲା ରିମାଣ୍ଡର ଶେଷ ଦିନ। ତେବେ ରିଜର୍ଭ ବ୍ୟାଟେଲିୟନ ରେ ସୁରକ୍ଷାକର୍ମୀଙ୍କ କଏଦରେ ଥିବା ବେଳେ ବାଥରୁମର ଦର୍ପଣର କାଚ ଭାଙ୍ଗି କାଚରେ ନିଜ ହାତ ଓ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ସୂଚନା ଦେଇଛନ୍ତି । ତେବେ ସୁରକ୍ଷାକର୍ମୀ ମାନେ ଅମିତ ଙ୍କୁ କାବୁ ପକେଇଥିଲେ। ଏଥିରେ ଅମିତ ଙ୍କର ହାତରେ ସାମାନ୍ୟ ଆଘାତ ହୋଇଥିବା ସୂଚନା ମିଳିଛି। ପୋଲିସ ଅମିତ ଅଗ୍ରୱାଲ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରି SDJM କୋର୍ଟ ରେ ହାଜର କରିଛି।
ଟାଉନ ଥାନା ଅନ୍ତର୍ଗତ ସରବାହାଲ ର ନାବାଳକ ସମର୍ଥ ଅଗ୍ରୱାଲ କୁ ଗତ ୨୭ ତାରିଖରେ ଯୋଜନା ବଦ୍ଧ ଭାବରେ ପ୍ରଥମେ ଅପହରଣ ଏବଂ ପରେ ହତ୍ୟା ଘଟଣାରେ ଝରସୁଗୁଡା ପୋଲିସ ଅଭିଯୁକ୍ତ ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲ କୁ ତିନିଦିନ ରିମାଣ୍ଡ ରେ ନେଇଥିଲା ,ଆଜି ରିମାଣ୍ଡ ର ଶେଷ ଦିନରେ ଦୁଇ ଅଭିଯୁକ୍ତ କୁ ଆଜି SDJM କୋର୍ଟରେ ହାଜର କରିଛି ପୋଲିସ । ତେବେ ଆଉ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଝାରସୁଗୁଡା ପୋଲିସ। ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି।
ଅଭିଯୁକ୍ତ ଜଣକ ଦୁଇ ଅଭିଯୁକ୍ତ ଙ୍କ ରହିବା ପାଇଁ ବ୍ୟବସ୍ଥା କରିଥିଲେ ଏବଂ ପେଟ୍ରୋଲ ଆଣିବା ପାଇଁ ସ୍କୁଟି ଦେଇଥିଲେ। ବ୍ୟବହୃତ ହୋଇଥିବା ସ୍କୁଟିକୁ ଆଜି ଜବତ କରିବା ସହିତ ସହଯୋଗ କରିଥିବା ଅଭିଯୁକ୍ତ ଗଣେଶ ନାୟକକୁ ଗିରଫ କରାଯାଇଥିବା ନେଇ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି।ତେବେ ସମର୍ଥ ଙ୍କୁ ଏକ ଗାଡ଼ି ରେ ଆଣିବା ପରେ ମୁହଁରେ କପଡ଼ା ବାନ୍ଧି ଦେଇଥିଲେ ସମର୍ଥ ଏକ ମାନସିକ ରୋଗୀ ଏବଂ ଏହାର ଚିକିତ୍ସା ପାଇଁ ଆସିଥିବା ଅଭିଯୁକ୍ତ ଦ୍ବୟ କହିଥିଲେ ବୋଲି ଅଭିଯୁକ୍ତ କହିଛନ୍ତି।