ବିଜେପିର ପ୍ରତିଷ୍ଠା ଦିବସରେ ଏମିତି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ବିଜେପିର ପ୍ରତିଷ୍ଠା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପୂର୍ବାପେକ୍ଷା ଭାରତ ଅଧିକ ସକ୍ଷମ ହୋଇପାରିଛି । ବିଶ୍ୱର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୪ତମ ପ୍ରତିଷ୍ଠା ଦିବସ ।ପ୍ରତିଷ୍ଠା ଦିବସ ଅବସରରେ କର୍ମକର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ୧୦ ଲକ୍ଷ ବୁଥ୍‌ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ। ‘ଆଜି ସାରା ଦେଶ ହନୁମାନ ଜୟନ୍ତୀ ପାଳନ କରୁଛି। ବିଜେପି ପବନପୁତ୍ର ହନୁମାନଙ୍କଠାରୁ ପ୍ରେରଣା ପାଇଆସିଛି। ପ୍ରଭୁ ହନୁମାନଙ୍କ ଜୀବନୀ ଭାରତର ବିକାଶ, ପୁରୁଷାର୍ଥର ପ୍ରେରଣା। ହନୁମାନ ଦୁଷ୍ଟଙ୍କୁ ବିନାଶ କରନ୍ତି, ବିଜେପି ଭ୍ରଷ୍ଟାଚାରର ବିନାଶରେ ଲାଗିଛି। `ବିଜେପି ସଂକଳ୍ପବଦ୍ଧ ଭାବେ କାମ କରେ, ଦିନରାତି ଦେଶ ପାଇଁ ସମର୍ପିତ’। ଆଜି ବିଜେପି ବିକାଶର ମୁଖ୍ୟ ସେବକ ଭାବେ ଭୂମିକା ନିର୍ବାହ କରୁଛି’।

ଦେଶଭକ୍ତିକୁ ବିଜେପି ନିଜର ଆଦର୍ଶ ଭାବେ ଗ୍ରହଣ କରିଛି।ବିଜେପି ଲୋକତନ୍ତ୍ରରୁ ଜନ୍ମ, ଲୋକତନ୍ତ୍ର ପାଇଁ କାମ କରିଆସିଛି।ଏହାସହ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି କି, ଏକ ଭାରତ୍‍ , ଶ୍ରେଷ୍ଠ ଭାରତ୍। ବିଜେପି ଦେଶବାସୀଙ୍କ ଜନମାନସରୁ ସୃଷ୍ଟି ହୋଇଛି। ବିଜେପି ଦେଶର ମୁଖ୍ୟ ସେବକ ଭାବେ କାର୍ଯ୍ୟ କରୁଛି ବୋଲି ପ୍ରଧାନ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.