ଓଡିଆ ଭାଷା ପାଇଁ ବିଜେଡି ସରକାରଙ୍କ ସତରେ ଦରଦ ଅଛି ନା କୁମ୍ଭୀର କାନ୍ଦଣା କାନ୍ଦୁଛି? ପ୍ରଶ୍ନ କଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୧୮ମସିହାରେ “ଓଡ଼ିଶା ସରକାରୀ ଭାଷା ଆଇନ” କ୍ୟାବିନେଟ ଓ ବିଧାନସଭାରେ ପାସ୍ ହୋଇଥିଲା । କିନ୍ତୁ ଏଯାଏଁ କୁଆଡେ ଗଲା ସେହି ଆଇନ । ଆଜିବି ବ୍ଲକ ଓ ସଚିବାଳୟ ସବୁଠି ଇଂରାଜୀ ଭାଷାରେ ସରକାରୀ କାମ ହେଉଛି । ଅକ୍ଟୋବର ୯, ୨୦୧୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ଓଡ଼ିଆ ବିଶ୍ୱବିଦ୍ୟାଳୟ” ପାଇଁ ଶୁଭ ପ୍ରତିଷ୍ଠା ଦେଇଥିଲେ । ଏହି ପ୍ରତିଷ୍ଠାକୁ ୫ବର୍ଷ ବିତିବାକୁ ବସିଲାଣି । ଏହି ବିଶ୍ୱବିଦ୍ୟାଳୟ ସ୍ଥାପନାର କାମ କେତେ ବାଟ ଗଲାଣି? ଓଡ଼ିଆ ଭାଷା ପ୍ରତି ବିଜୁ ଜନତା ଦଳ ସରକାରର ମମତା ଅଛି ତ? ଏହାର ଉତର ରାଜ୍ୟ ସରକାର ଦିଅନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଦାବି କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା କାରଣରୁ ପ୍ରଥମ ଥର ପାଇଁ ଏଆଇସିଟିଇ ଓଡିଆ ଭାଷାରେ ଯାନ୍ତ୍ରିକ ପାଠ୍ୟକ୍ରମରେ ପ୍ରକାଶନ କରିଥିଲା । କେନ୍ଦ୍ର ସରକାର ଓଡ଼ିଆ ଭାଷା ପାଇଁ ୨କୋଟି ୪୩ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି । ସେହିପରି ଭୁବନେଶ୍ୱରରେ ପୂର୍ବ-ଭାରତୀୟ ଭାଷା କେନ୍ଦ୍ର ନିର୍ମାଣ ପାଇଁ ୨୯କୋଟି ଟଙ୍କାର ଅନୁଦାନ ରାଜ୍ୟ ସରକାରଙ୍କୁ ମିଳିଛି । ବିଜୁ ଜନତା ଦଳ ସରକାର ଓଡ଼ିଆ ଭାଷା ଦିଗରେ କ’ଣ ପଦକ୍ଷେପ ନେଇଛନ୍ତି ତାହାକୁ ସ୍ପଷ୍ଟ କରନ୍ତୁ । ପଡୋଶୀ ରାଜ୍ୟରେ ଓଡ଼ିଆ ଭାଷା ପଢ଼ାଉଥିବା ଶିକ୍ଷକମାନଙ୍କୁ ରାଜ୍ୟ ସରକାର ଉତ୍କଳ ସମ୍ମିଳନୀ ଅନୁଷ୍ଠାନ ମାଧ୍ୟମରେ ମାସକୁ ୩ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଲେ ତାହା ଏଯାଏଁ ପୂରା କରିନାହାନ୍ତି । ଆଜି ପଡୋଶୀ ରାଜ୍ୟ ଓ ସୀମାବର୍ତୀ ଅଂଚଳରେ ଓଡ଼ିଆ ଭାଷା ବିପନ୍ନ ସ୍ଥିତିରେ ଅଛି ବୋଲି ଅନିଲ ବିଶ୍ୱାଳ କହିଛନ୍ତିି ।

ବର୍ତମାନ ଓଡିଆ ଭାଷା ଉନ୍ନତି ପାଇଁ ପଦ୍ମ ପୁରଷ୍କାର ଦିଆଯାଉଛି । ସେହିପରି କେନ୍ଦ୍ର ସରକାର ପ୍ରତିବର୍ଷ ଓଡ଼ିଆ ଭାଷା ଉନ୍ନତି ଓ ଅଗ୍ରଗତି ପାଇଁ “କେନ୍ଦ୍ର ସାହିତ୍ୟ ଏକାଡେମୀ” ପୁରସ୍କାର ଦେଇ ଆସୁଛନ୍ତି । କିନ୍ତୁ କାହିଁକି ୨୦୧୬ମସିହାରୁ ରାଜ୍ୟ ସରକାର “ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର” ବନ୍ଦ କରିଛନ୍ତି ତାହାର ଉତର ରଖନ୍ତୁ । ଓଡ଼ିଆ ଭାଷାକୁ ଲୋକଆଦୃତ କରିବା ପାଇଁ ସମ୍ମାନୀତ କରାଯାଉଥିଲା । କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଧର୍ମପତ୍ନୀଙ୍କୁ ପୁରସ୍କାର ଦିଆଯିବାକୁ ନେଇ ୨୦୧୭ରେ ବିବାଦ ହେଲା ଓ ସେବେଠାରୁ ଆଉ କାହାକୁ ପୁରସ୍କାର ଦିଆଗଲା ନାହିଁ କାହିଁକି ତାର ଉତର ରାଜ୍ୟ ସରକାର ଯଥାଶୀଘ୍ର ଦିଅନ୍ତୁ ବୋଲି ଅନିଲ ବିଶ୍ୱାଳ ଦାବି କରିଛନ୍ତି ।

Leave A Reply

Your email address will not be published.