ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡା ଓ ଛୁରିରେ ମରଣାନ୍ତକ ଆକ୍ରମଣ ହୋଇଛି । ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟୁ ଗାଁର ଆଲୋକ ସାହୁ ନାମକ ଜଣେ ଯୁବକ ଆକ୍ରମଣ ଶୀକାର ହୋଇଛନ୍ତି । ଆଜି ଆଲୋକ ଓ ତାଙ୍କ ବନ୍ଧୁ ବାଇକ ଯୋଗେ ବାଦପଲ୍ଲୀରୁ ନିଜ ଗାଁ କୁ ଫେରୁଥିବା ବେଳେ କମାର ସିଂ ଗ୍ରାମ ନିକଟରେ ୫ ରୁ ୭ ଜଣ ଯୁବକ ଖଣ୍ଡା, ଛୁରି ଓ ପଥର ଯୋଗେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରୁ ତାଙ୍କ ବନ୍ଧୁ ଦଉଡି ପଳାଇଥିଲେ। ହେଲେ ଆଲୋକର ଗୋଡ଼କୁ ଖଣ୍ଡାରେ ହାଣିବା ସହ ଛୁରୀରେ ପେଟକୁ ଭୂଷି ଦେଇଥିଲେ ଦୁବୃର୍ତ୍ତ ।
ବାମ ପଟ ହାତ କୁ ମଧ୍ୟ ପଥର ରେ ଛେଚି ଦେଇଥିଲେ । ଗୁରୁତର ଆହତ ଅବସ୍ଥାରେ ଆଲୋକ କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓପରେ ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଆଲୋକ କୁ ହତ୍ୟା ଉଦ୍ୟମ ହୋଇଥିବା ଜଣାପଡିଛି ଆକ୍ରମଣ ପରେ ଘଟଣା ସ୍ଥଳରୁ ସମସ୍ତ ଆକ୍ରଣଣକାରୀ ଫେରାର ହୋଇ ଯାଇଛନ୍ତି । ଖଲ୍ଲିକୋଟ ପୋଲିସ ଘଟଣା ସ୍ଥଳକୁ ଯାଇ ତନାଘନା ଆରମ୍ଭ କରିଛି ।