୧-ଏଣିକି ବିଦ୍ୟାଳୟରେ ଜାରି ହେବ ଡିଜିଟାଲ ଉପସ୍ଥାନ, ପ୍ରଥମରୁ ଦଶମ ପିଲା ଓ ସବୁ ଶିକ୍ଷକ ଶିକ୍ଷୟିତ୍ରୀ ହେବେ ସାମିଲ। ‘ବିଦ୍ୟାର୍ଥୀ ଉପସ୍ଥାନ ଆପ୍’ ଖୁବ୍ ଶୀଘ୍ର ହେବ ଲୋକାର୍ପଣ।
୨-ଟୋକିଓ ଅଲିମ୍ପିକ୍ସ ୨୦୨୦: ଆଜି ମଇଦାନକୁ ଓହ୍ଲାଇବେ ଦୂତି ଚାନ୍ଦ, ସିନ୍ଧୁ-ଦୀପିକା ଓ ପୁରୁଷ ହକି ଦଳ ଉପରେ ରହିବ ସଭିଙ୍କ ନଜର।
୩-ଖୋର୍ଦ୍ଧା,କଟକ ସଂପୂର୍ଣ୍ଣ ଅନଲକ୍ ସମ୍ଭାବନା କମ୍।ଦୁଇ ଜିଲ୍ଲାରୁ ଏବେ ବି ଅଧିକ ରୋଗୀ ହେଉଛନ୍ତି ଚିହ୍ନଟ।
୪-ଡାକ୍ତରୀ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ହେଲା କାର୍ଯ୍ୟକ୍ଷମ , ପଛୁଆବର୍ଗଙ୍କୁ ୨୭ ଓ ଆର୍ଥିକ ଅନଗ୍ରସରଙ୍କୁ ୧୦% ସଂରକ୍ଷଣ ସୁବିଧା।
୫-‘ଗୋଟିଏ ଦେଶ ଗୋଟିଏ ରେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୬-ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋର ଅତିରିକ୍ତ DG ଭାବେ ଦାୟିତ୍ୱ ନେଲେ IPS ସତ୍ୟନାରାୟଣ ପ୍ରଧାନ।
୭-CLAT ରେଜଲ୍ଟରେ ଓଡିଶାରୁ ଟପ୍ପର ହେଲେ ଉତ୍କର୍ଷ ପଣ୍ଡା।
୮-ରାଜ୍ୟରେ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଇକ୍ମୋ ଚିକିତ୍ସା, ଏସସିବିରେ ପହଞ୍ଚିଲା ୯ଟି ଇକ୍ମୋ ମେସିନ୍।
୯-କୋଭିଡ କଟକଣାରେ ଆଜି ଠାରୁ ମାଟ୍ରିକ ଅଫଲାଇନ ପରୀକ୍ଷା।ଅଗଷ୍ଟ ୫ ତାରିଖ ଯାଏ ଚାଲିବ।
୧୦-ପାଠ ପାଇଁ ନୂଆ ନୀତି । ପ୍ରଧାନମନ୍ତ୍ରୀ କହିଲେ, ଗାଁ ଗାଁରେ ପହଂଚିବ ପ୍ଲେ ସ୍କୁଲ, ଖେଳରେ ଖେଳରେ ପିଲା ପଢ଼ିବେ ପାଠ ।
୧୧-ମାତୃଭାଷାରେ ଛାତ୍ରଛାତ୍ରୀ ପଢିବେ ଇଞ୍ଜିନିୟରିଂ ପାଠ । କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ହିନ୍ଦୀ,ତାମିଲ,ତେଲୁଗୁ,ମରାଠୀ,ବଙ୍ଗଳା ଭାଷାରେ ହେବ ପାଠପଢା।
୧୨-ପଶ୍ଚିମବଙ୍ଗରେ ପୁଣି ବଢିଲା ଲକ୍ଡାଉନ୍, ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ କଟକଣା
୧୩-ଆସାମ-ମିଜୋରାମ ଭିତରେ ସୀମା ବିବାଦ । ବଡ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର । ସୀମା ଜଗିବେ କେନ୍ଦ୍ରୀୟ ସୁରକ୍ଷା ବଳ ।