‘ପଦ୍ମଶ୍ରୀ’ ପୁରସ୍କାରପ୍ରାପ୍ତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ଏବଂ ପଟ୍ଟାୟତ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାରପ୍ରାପ୍ତ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଡ. ଅନ୍ତର୍ଯ୍ୟାମୀ ମିଶ୍ର ଏବଂ ଔଷଧୀୟ ବୃକ୍ଷରାଜିକୁ ସଂରକ୍ଷଣ କରୁଥିବା ପଟ୍ଟାୟତ ସାହୁଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି ।
ସେ ଟ୍ୱିଟ୍ କରି କହିଛନ୍ତି ଯେ ଉଭୟ ଆମ ରାଜ୍ୟ ଓ ଦେଶ ପାଇଁ ଗୌରବ । ଓଡ଼ିଆ ସାହିତ୍ୟକୁ ଆଗକୁ ନେବାରେ ଡ. ମିଶ୍ରଙ୍କ ପ୍ରଚେଷ୍ଟା ଏବଂ ଔଷଧୀୟ ବୃକ୍ଷ ରୋପଣ କରୁଥିବା ଶ୍ରୀ ସାହୁ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି । ଏହି ଅସାଧାରଣ କୃତିତ୍ୱରୁ ଏକବିଂଶ ଶତାବ୍ଦୀର ଯୁବପିଢି ଅନୁପ୍ରାଣିତ ହେବେ ବୋଲି ମୋର ବିଶ୍ୱାସ ବୋଲି ଧର୍ମେନ୍ଦ୍ର ପ୍ରଧାନଟ୍ୱିଟ୍ କରି କହିଛନ୍ତି ।
ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ସମ୍ମାନଜନକ ‘ପଦ୍ମଶ୍ରୀ’ ପୁରସ୍କାର ଗ୍ରହଣ କରିଥିବା ଓଡ଼ିଶାର ପଟ୍ଟାୟତ ସାହୁ, ଅନ୍ତର୍ଯ୍ୟାମୀ ମିଶ୍ର ଓ କ୍ରୀଷ୍ଣା ପଟେଲଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ ଧର୍ମେନ୍ଦ୍ର ଟ୍ୱିଟ୍ କରିଛନ୍ତି ଯେ କୃଷି, ସାହିତ୍ୟ ଓ କଳା କ୍ଷେତ୍ରରେ ଆପଣଙ୍କ ଉଲ୍ଲେଖନୀୟ ଅବଦାନ ପ୍ରଶଂସନୀୟ । ତୃଣମୂଳ ସ୍ତରରେ ଅସାଧାରଣ କାର୍ଯ୍ୟ କରିଥିବା ଏହି ବ୍ୟକ୍ତିବିଶେଷଙ୍କ ପାଇଁ ଓଡିଶା ଆଜି ଗର୍ବିତ । ଏହି ପ୍ରତିଭାଙ୍କ ଠାରୁ ଆମର ଯୁବପିଢିମାନେ ପ୍ରେରିତ ହୋଇ ସମାଜକୁ ନୂଆ ଦିଗଦର୍ଶନ ଦେବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ । ପୂର୍ବରୁ ଧର୍ମେନ୍ଦ୍ର ‘ପଦ୍ମଶ୍ରୀ’ ପୁରସ୍କାର ଗ୍ରହଣ କରିଥିବା କେନ୍ଦୁଝର ଜିଲ୍ଲାର କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁରଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ତାଙ୍କର କାଳାକୁ ପ୍ରଶଂସା କରିଥିଲେ ।