ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଇପିଏଲରେ ଗତକାଲି ଖେଳାଯାଇଥିଵା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୭ ଓ୍ବିକେଟରେ ବିଜୟ ହାସଲ କରିଛି । ଧାର୍ଯ୍ୟ ୧୪୪ରନ ଲକ୍ଷ୍ୟର ପିଛା କରି ଏସଆରଏଚ ୧୭.୧ ଓଭରରେ ୨ ୱିକେଟ ହରାଇ ୧୪୫ ରନ ସଂଗ୍ରହ କରିଥିଲା । ଏସଆରଏଚ ପକ୍ଷରୁ ହ୍ୟାରୀ ବ୍ରୁକ୍ ୧୩ ରନ କରିଥିବାବେଳେ ମୟଙ୍କ ଅଗ୍ରୱାଲ ୨୧, ରାହୁଲ ତ୍ରିପାଠି ୭୪, ଆଡେନ ମାର୍କ୍ରାମ ୩୭ ରନ କରିଥିଲେ ।
ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମର ମ୍ୟାଚରେ ଏସଆରଏଚ ଅଧିନାୟକ ଆଡେନ ମାର୍କ୍ରାମ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ କରିବାକୁ ପଡ଼ିଆ ଓହ୍ଲାଇ ଧାର୍ଯ୍ୟ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୪୩ ରନ କରିଥିଲା।
ଫଳରେ ଏସଆରଏଚ ପାଇଁ ୧୪୪ ରନର ବିଜୟ ଲକ୍ଷ୍ୟ ରହିଥିଲା।ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଶିଖର ଧାଓ୍ବନ ୯୯ ରନ କରିଥିବାବେଳେ ସାମ କ୍ୟୁରେନ ୨୨, ରନ କରିଥିଲେ।