ଭାରତ ପାଇଁ ବଢୁଛି ବିପଦ : ଡୋକଲାମରେ ହଜାର ହଜାର ଘର ନିର୍ମାଣ କରିଛି ଚୀନ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୀମାରେ ଦିନକୁ ଦିନ ନିଜର କାୟା ବିସ୍ତାର କରିଚାଲିଛି ନୀନ୍ । ଯାହା ଭାରତ ପାଇଁ ବଡ଼ ବିପଦ ସାବ୍ୟସ୍ତ ହୋଇଛି । ସୀମାନ୍ତ ଡୋକଲାମ୍ ନିକଟରେ ପ୍ରାୟ ୧ ହଜାର ଘର ନିର୍ମାଣ କରିଛି ଚୀନ୍ । ଭୂଟାନର ଆମୋ ଚୁ ନଦୀ ଉପତ୍ୟକାରେ ଚୀନ ନିଜ ସୈନିକଙ୍କ ପାଇଁ ଏହି ଘର ନିର୍ମାଣ କରିଥିବା ଜଣାପଡ଼ିଛି । ଯାହା ଭାରତୀୟ ସେନା ପାଇଁ ଚିନ୍ତାର ବିଷୟ ହୋଇଛି । କାରଣ ଏହି ଅଞ୍ଚଳ ଭାରତ-ଚୀନ୍-ଭୂଟାନର ତ୍ରୀକୋଣୀୟ ଅଞ୍ଚଳ । ଯେଉଁଠାର ଭାରତର ସିଲିଗୁଡ଼ି କରିଡ଼ର ଚୀନର ପିଏଲଏ ସହ ଏକ ସରଳ ରେଖାରେ ରହିଛି । ଏହି ଅଞ୍ଚଳରେ ୨୦୧୭ରେ ଚୀନ ଓ ଭାରତୀୟ ସେନା ମୁହାଁମୁହିଁ ହୋଇଥିଲେ । ଚୀନ ସମ୍ପୃକ୍ତ ଅଞ୍ଚଳରେ ପିଏଲଏ ପାଇଁ ସ୍ଥାୟୀ ବାସଭବନ ନିର୍ମାଣ କରିଛି । ଏହା ସହ କିଛି ଅସ୍ଥାୟୀ ବାସଭବନ ମଧ୍ୟ ତିଆରି ହୋଇଛି । ଯାଗାଯୋଗ ପାଇଁ ଟାୱାର ମଧ୍ୟ ପ୍ରତିଷ୍ଠା କରାଯାଇଛି । ଚୀନର ଏପରି ଘର ତିଆରି ପଛରେ କିଛି ବଡ଼ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଉଛି । ୨୦୧୭ରେ ଯେଉଁ ଅଞ୍ଚଳରେ ଭାରତୀୟ ସେନାଠାରୁ ଚୀନ ସୈନିକମାନେ କଡ଼ ଜବାବ ପାଇଥିଲେ ସେହି ସ୍ଥାନକୁ ପ୍ରବେଶ ଲାଗି ଚୀନ ଏଭଳି ପ୍ରୟାସ କରିଛି । ଭାରତୀୟ ସେନାର ସୁରକ୍ଷାକୁ ଏଡାଇ ଡୋକଲାମର ପଶ୍ଚିମ ପଟେ ଏହାକୁ ନିର୍ମାଣ କରି ନିଜ ନୟନ୍ତ୍ରଣରେ ରଖିବା ପାଇଁ ଏଭଳି ପ୍ରୟାସ କରାଯାଉଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ଚୀନ ଓ ପାକିସ୍ତାନ ଉସୁକାଇଲେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି ନିକଟରେ ଆମେରିକା ଗୁଇନ୍ଦା ବିଭାଗ ରିପୋର୍ଟରେ କୁହାଯାଇଥିଲା । ବିଶେଷକରି ଭାରତ-ଚୀନ ମଧ୍ୟରେ ସଂଘର୍ଷ ହେଲେ ତାହା ଆମେରିକାର ହିତ ପ୍ରତି ବିପଦ ସୃଷ୍ଟି କରିବ ବୋଲି ରିପୋର୍ଟରେ କୁହାଯାଇଛି । ଆମେରିକା ଗୁଇନ୍ଦା ବିଭାଗର ବାର୍ଷିକ ବିପଦ ଆକଳନ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସାମରିକ ଶକ୍ତି ସହ ପାକିସ୍ତାନର ଉତ୍ତେଜନାର ଜବାବ ଦେବାର ସମ୍ଭାବନା ଅଧିକ ରହିଛି। ଏଥିସହିତ ଭାରତ ଓ ଚୀନ ମଧ୍ୟରେ ବଢୁଥିବା ସୀମା ବିବାଦ ମଧ୍ୟ ଦୁଇ ପରମାଣୁ ଶକ୍ତିଧର ଦେଶଙ୍କ ମଧ୍ୟରେ ସଶସ୍ତ୍ର ସଂଘର୍ଷର ଆଶଙ୍କା ବଢ଼ାଉଛି । ଆମେରିକୀୟ ଗୁଇନ୍ଦା କମ୍ୟୁନିଟିର ବାର୍ଷିକ ବିପଦ ଆକଳନ ରିପୋର୍ଟ ଅନୁଯାୟୀ, ଭାରତ ଓ ପାକିସ୍ତାନ ଏବଂ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ବଢ଼ିବାର ଆଶଙ୍କା ରହିଛି । ଏଥିସହିତ ଏହି ସବୁ ଦେଶ ମଧ୍ୟରେ ସଂଘର୍ଷ ଓ ଯୁଦ୍ଧ ହେବାର ସମ୍ଭାବନା ରହିଛି । ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଆମେରିକୀୟ କଂଗ୍ରେସରେ ଉପସ୍ଥାପନ କରାଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷ ଆମେରିକୀୟ ସ୍ବାର୍ଥ ଓ ଆମେରିକାୟ ନାଗରିକଙ୍କ ପ୍ରତି ସିଧାସଳଖ ବିପଦ ହୋଇପାରେ ଓ ଆମେରିକାର ହସ୍ତକ୍ଷେପ ଆବଶ୍ୟକ କରିପାରେ ।

Leave A Reply

Your email address will not be published.