ଓଟିଡିସି ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାଳନ ହେଲା ଛେନାପୋଡା ଦିବସ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଛେନାପୋଡ ଦିବସ ପର୍ଯ୍ୟଟନ ଭବନରେ ପାଳିତ ହୋଇଛି । ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି ଏବଂ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଏହା ପାଳିତ ହୋଇଛି ।

ଏହି ଅବସରରେ ଓଟିଡିସି ଅଧ୍ୟକ୍ଷ ଡଃ ମହାନ୍ତି ଛେନାପୋଡର ସ୍ବାଦିଷ୍ଟତା ଏବଂ ଏହା ଆମ ଖାଦ୍ୟପେୟର ଏକ ମୁଖ୍ୟ ଅଂଶ ବୋଲି ମତବ୍ୟକ୍ତ କରିଥିଲେ । ଏହା କେବଳ ଆମ ରାଜ୍ୟ ନୁହେଁ ବରଂ ଦେଶବିଦେଶର ପର୍ଯ୍ୟଟକ ମାନଙ୍କ ନିକଟରେ ଛେନାପୋଡର ଚାହିଦା ରହିଛି । ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ଅଭିବୃଦ୍ଧିରେ ସ୍ଥାନୀୟ ଖାଦ୍ୟପେୟର ଚାହିଦା ପ୍ରମୁଖ ଭୂମିକା ତୁଲାଇବା ସହ ବିଶ୍ବସ୍ତରରେ “ବ୍ରାଣ୍ତ ଓଡିଶା” ପ୍ରୋତ୍ସାହିତ କରିବାରେ ଏହାର ଅବଦାନ ଯଥେଷ୍ଟ ଥିବା ସଂପର୍କରେ ସେ ଆଲୋକପାତ କରିଥିଲେ ।

ଏହି ଅବସରରେ ଅତିରିକ୍ତ ସଚିବ ଶ୍ରୀ ବାଳମୁକୁନ୍ଦ ଭୂୟାଁ, ଅତିରିକ୍ତ ସଚିବ ଶ୍ରୀ ଅନନ୍ତ ନାରାୟଣ ସିଂ ଲାଗୁରୀ, ଯୁଗ୍ମ ସଚିବ ଶ୍ରୀ ଏଲୋରା ଭାରତୀ ଜେନା, ଯୁଗ୍ମ ସଚିବ ଶ୍ରୀ ରାଜକିଶୋର ପଲେଇ, ପର୍ଯ୍ୟଟନ ବିଭାଗ ଓଏସଡି ଶ୍ରୀ ଅଂଶୁମାନ ରଥ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଛେନାପୋଡ଼କୁ ଲୋକାଭିମୁଖୀ କରିବାକୁ ନୟାଗଡ଼ ଜିଲା ପ୍ରଶାସନ ପକ୍ଷରୁ ଅଭିନବ ପ୍ରଚେଷ୍ଟା କରାଯାଉଛି। ନୟାଗଡ଼ ଜିଲାର ସମସ୍ତ ସରକାରୀ କାର୍ଯ୍ଯାଳୟରେ ଏପ୍ରିଲ ୧୧ରେ ପ୍ରଥମ ଥର ପାଇଁ ପାଳନ ହେବ ବିଶ୍ୱ ଛେନାପୋଡ଼ ଦିବସ। ଏନେଇ ଜିଲ୍ଲାପାଳ ରବିନ୍ଦ୍ରନାଥ ସାହୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଜିଲ୍ଲା ପ୍ରଶାସନ ନୟାଗଡ ଛେନାପୋଡକୁ GI ଟ୍ଯାଗ ପାଇଁ ସମସ୍ତ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ନୟାଗଡର ପ୍ରଥମ ଛେନାପୋଡ ନିର୍ମାତା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସ ଅପ୍ରେଲ ୧୧ ତାରିଖରେ। ଛେନା ପୋଡ କାଟି ଉତ୍ସବ ମନାଇବାକୁ ଜିଲ୍ଲା ପ୍ରଶାସନ ଆହ୍ଵାନ କରିଛି। ତେବେ ଜିଲ୍ଲା ପ୍ରଶାସନର ଏଭଳି ଏକ ପ୍ରଶଂସନୀୟ ଆହ୍ଵାନକୁ କିଛି ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ସମାଜସେବୀ ପ୍ରଂଶସା କରିଛନ୍ତି । ସେହିଭଳି ଜିଲ୍ଲାର କିଛି ସ୍ୱେତ୍ସାସେବୀ ଯୁବକ ରାଜଧାନୀ ଭୁବନେଶ୍ଵରରେ ଛେନାପୋଡ ଦିବସର ପ୍ରଚାର ପ୍ରସାର ପାଇଁ ଦିନ ରାତି ଏକ କରି ଉଦ୍ୟମ ଚଳାଇଛନ୍ତି ।
ନୟାଗଡ଼ର ପ୍ରସିଦ୍ଧ ଛେନାପୋଡ଼ କାରିଗର ଏ ଦୂନିଆରେ ନାହାନ୍ତି ସତ କିନ୍ତୁ ତାଙ୍କ ଏହି ନିଆରା ମିଷ୍ଟାନ୍ନ ଆଜି ରାଜ୍ୟ ଓ ରାଜ୍ୟ ବାହାରେ ବେଶ ଅଦ୍‌ତ ଲାଭ କରିଛି। ଏମିତିକି ବଲିଉଡ ଷ୍ଟାର ଆୟୂଷ୍ମାନ ଖୁରାନା ମଧ୍ୟ ଟ୍ବିଟ କରି ଏହି ଛେନାପୋଡ଼ର ଭୂରି ଭୂରି ପ୍ରଶଂସା କରିଥିଲେ। ତେବେ ରାଜ୍ୟର ଅନେକ ଜିଲ୍ଲାରେ ଭିନ୍ନ ଭିନ୍ନ ମିଷ୍ଟାନ୍ନ ପ୍ରସ୍ତୁତ ହୁଏ। ଯାହାକୁ ସେହି ଜିଲ୍ଲାର ପରିଚୟ ବି ବନେଇଦିଏ। ସେମିତି ଏବେ ଛେନା ପୋଡ଼ ପାଇଁ ନୟାଗଡ଼କୁ ବି ଦେଶବାସୀ ବି ଜାଣିବାକୁ ଲାଗିଲାଣି। ଆଉ ଏହି ଛୋନାପୋଡ଼କୁ ଜିଆଇ ଟ୍ୟାଗ ପାଇଁ ଜିଲ୍ଲା ପ୍ରଶାସନ କରିଥିବା ଉଦ୍ୟମ ବାସ୍ତବରେ ସ୍ବାଗତ ଯୋଗ୍ୟ।

Leave A Reply

Your email address will not be published.